ପରାଜୟ ପରେ ରାହୁଲ ଗାନ୍ଧୀ ସ୍କୃତି ଇରାନୀଙ୍କୁ ଜଣାଇଲେ ଶୁଭେଚ୍ଛା

0

ଆମେଠି,୨୩/୫: ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାସ୍ତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସ୍ମୃତି ଇରାନୀଙ୍କଠାରୁ ପଛରେ ପଡିଯାଇଛନ୍ତି। ସ୍ମୃତି ଇରାନୀ ୧ ଲକ୍ଷ ୪ ହଜାର ୪୯୮ ଖଣ୍ଡ ଭୋଟ ପାଇଥିବା ବେଳେ ରାହୁଲ ଗାନ୍ଧୀ ୯୪, ୭୩୨ ଖଣ୍ଡ ଭୋଟ ପାଇଛନ୍ତି। ୨୦୧୪ରେ ରାହୁଲ ଗାନ୍ଧୀ ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟରେ ସ୍ମୃତି ଇରାନୀଙ୍କୁ ପରାସ୍ତ କରିଥିଲେ। ହାତରୁ ଆମେଠି ଯିବା ପରେ ରାହୁଲ ବିଜୟୀ ପ୍ରାର୍ଥୀ ସ୍ମୃତି ଇରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଆଶା କରୁଛି ସ୍ମୃତି ଜୀ ଭଲ ଭାବେର ଆମେଠି ଜନତାଙ୍କ ଯତ୍ନ ନେବେ।

Leave A Reply

Your email address will not be published.