ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି, ଆସନ୍ତା ୧୫ ଯାଏଁ ବଢିଲା ଆନ୍ଦୋଳନ

ବଲାଙ୍ଗିର, ୧୦/୧୨: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି । ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃପ୍ରତିଷ୍ଠା ଦାବି ନେଇ ଚାଲିଥିବା ଆନ୍ଦୋଳନ ଆହୁରି ତୀବ୍ର ହେବାରେ ଲାଗିଛି। ଆନ୍ଦୋଳନକୁ ଆଉ ୫ ଦିନ ପାଇଁ ବଢାଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

ଆଜି ଶେଷ ହେଉଥିବା ଏହି ଆନ୍ଦୋଳନକୁ ଆସନ୍ତା ୧୫ ତାରିଖ ଯାଏଁ ବଢାଇଛି କମିଟି। କଲେକ୍ଟୋରେଟ, କୋର୍ଟ, କଚେରୀ, ବନ୍ଦ ରହିବ କେବଳ ଜରୁରୀ ବିଭାଗ ଗୁଡିକ ଖୋଲା ରହିବ ବୋଲି କ୍ରିୟନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ ହେଲା ଚାଲିଥିବା ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟର ସମର୍ଥନ ମିଳିଛି। ତେବେ ଆନ୍ଦୋଳନ ପ୍ରଭାବରେ କୋର୍ଟ, କଚେରୀ, ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହୁଥିବାରୁ ସହରର ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।