ପାକିସ୍ତାନରେ ବିସ୍ଫୋରଣ : ୨୫ ମୃତ

ନୂଆଦିଲ୍ଲୀ, ୨୩ /୧୧: ପାକିସ୍ତାନର ଅଶାନ୍ତ ଖୈବର ପଖତୁନଖ୍ୱା ଅଂଚଳରେ ଏକ ବଜାର ନିକଟରେ ଶୁକ୍ରବାର ଏକ ଶକ୍ତିଶାଳୀ ବମ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରେ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଧିକାରୀମାନେ କହିଛନ୍ତି କି, କବିଲାଇ ଜିଲ୍ଲା ଓ କଜଇ ଜିଲ୍ଲାର କଲାୟା ଅଂଚଳର ଜୁମା ବଜାରରେ ଏହି ବିସ୍ଫୋରଣ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ ୨୫ ଲୋକଙ୍କର ମୃତ୍ୟୁ ହୋଇଛି ଓ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଅଳ୍ପସଂଖ୍ୟକ ସିଆ ମୁସଲିମ ମଧ୍ୟ ଅଛନ୍ତି । ପୋଲିସ ଏହି ଅଂଚଳକୁ ସିଲ କରି ଘଟଣାର ତଦନ୍ତ କରୁଛି ।