ନୂଆଦିଲ୍ଲୀ, ୧୦/୧ : ଟେଲିଭିଜନ ଦୁନିଆର ଲୋକପ୍ରିୟ ଚାଟ ଶୋ ‘କଫି ୱିଥ୍ କରନ’ରେ ମହିଳାଙ୍କୁ ନେଇ ଅରୁଚିକର ଏବଂ ଅପମାନଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଲେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର୍ କେଏଲ୍ ରାହୁଲ । ବିସିସିଆଇର ସିଓଏ ଅଧ୍ୟକ୍ଷ ବିନୋଦ ରାୟ ଏହି ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚରେ ବ୍ୟାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହିତ ଅନ୍ୟତମ ସିଓଏ ସଦସ୍ୟ ଡାଏନା ଏଡୁଲଜି ଏହି ମାମଲାକୁ ବିସିସିଆଇର ଲିଗାଲ ସେଲ ନିକିଟକୁ ପଠାଇଛନ୍ତି । ଲିଗାଲ ସେଲ ଏହି ପ୍ରସ୍ତାବର ଆଇନଗତ ଦିଗ ଉପରେ ସମୀକ୍ଷା କରି ଏହାର ଚୁଡାନ୍ତ ନିଷ୍ପତ୍ତି ନେବେ ।
ରାୟ କହିଛନ୍ତି କି, ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜବାବରେ ସନ୍ତୁଷ୍ଟ ହୋଇନାହିଁ ଏବଂ ଏହି ଦୁଇ ଖେଳାଳିଙ୍କୁ ଦୁଇଟି ଦିନିକିଆ ମ୍ୟାଚରୁ ବ୍ୟାନ କରିବାକୁ ପ୍ରସ୍ତାବ ଦେଇଛି । ତେବେ ଏହାର ଚୁଡାନ୍ତ ନିଷ୍ପତି ଡାଏନା ନେବେ ଛ ଡାଏନାଙ୍କ ନିଷ୍ପତ୍ତି ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବଛ ଡାଏନା ଏହି ଦୁଇ ଖେଳାଳିଙ୍କୁ ବ୍ୟାନ୍ କରିବା ପାଇଁ କୌଣସି ଆଇନVତ ଦିଗ ଅଛି କି ନାହିଁ, ତା’ର ତର୍ଜମା କରୁଛନ୍ତି । ଶ୍ରୀ ରାୟଙ୍କ ଏଭଳି ବ୍ୟାନ୍ ପ୍ରସ୍ତାବ ସମ୍ପର୍କରେ ଡାଏନା ବିସିସିଆଇର ଆକଫିଂ ସଭାପତି ସିକେ ଖାନ୍ନା, ଆକଫିଂ ସଚିବ ଅମିତାଭ ଚୌଧୁରୀ ଓ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ମତାମତ ମଧ୍ୟ ଲୋଡ଼ିଛନ୍ତି ।
ପାଣ୍ଡ୍ୟାଙ୍କ ମନ୍ତବ୍ୟକୁ ମହିଳା ବିରୋଧୀ କୁହାଯାଇଛି । ତେଣୁ ସିଓଏ ତରଫରୁ ବୁଧବାର ତାଙ୍କୁ ଏବଂ ରାହୁଲଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । ଏହା ପରେ ପାଣ୍ଡ୍ୟା କ୍ଷମା ପ୍ରାର୍ଥନା କରିଥିଲେ । ତେବେ ଏଭଳି କାରଣ ଦର୍ଶାଅ ନୋଟିସ ଏବଂ କ୍ଷମା ପ୍ରାର୍ଥନାରେ ବିସିସିଆଇ ସ;ୁଷ୍ଟ ନହେବାରୁ ସେମାନଙ୍କୁ ୨ ଟି ମ୍ୟାଚରୁ ବ୍ୟାନ କରିବାକୁ ନିଷ୍ପତି ନିଆଯାଇଛି ।
ଶୋ’ରେ ପାଣ୍ଡ୍ୟା ଅନେକ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସ୍ୱୀକାର କରିଥିଲେ ଏବଂ ଏହାକୁ ନେଇ ସେ ନିଜ ମାତା-ପିତାଙ୍କ ସହ ଅପେନ ଥିବା କହିଥିଲେ । ତେବେ ଏହି ଶୋ ରେ ହାର୍ଦ୍ଦିକଙ୍କ ସହ ରାହୁଲ ମଧ୍ୟ ଥିଲେ ଏବଂ ଏହାକୁ ନେଇ ସେ ସୋଶାଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ।