ପାନମହୁରୀର ପ୍ରତ୍ୟକ ଘରେ ବ୍ୟବହାର କରାଯାଇ ଥାଏ । ଏହା ଆମ ଶରୀରକୁ ସୁସ୍ଥ ରଖିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ପାନମହୁରୀ ଶରୀରରେ କ୍ୟାଲସିୟମ, ପୋଟାସିୟମ, ସୋଡିୟମ ଏବଂ ଆଇରନ ଭଳି ତତ୍ୱର ଅଭାବକୁ ପୂରଣ କରିଥାଏ । ଏହା ବ୍ୟତିତ ପାନମହୁରୀର ସେବନ ଦ୍ୱାରା ପେଟ ଜନିତ ସମସ୍ୟା ତଥା କଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରାଯାଇ ପାରିବ । ତେବେ ଆସ;ୁ ଜାଣିବା ଏହାର ଅନ୍ୟାନ୍ୟ ସ୍ୱାସ୍ଥ୍ୟଜନିତ ଉପକାରୀତା ସମ୍ବନ୍ଧରେ ।
– ଶୀତ ଆରମ୍ଭ ହେବା ସହିତ ସର୍ଦ୍ଦି, ଖାସ ଭଳି ଅନେକ ସମସ୍ୟା ଦେଖା ଦେଇଥାଏ ଛ ୧୦ ଗ୍ରାମ ପାନମହୁରୀର ଗୁଣ୍ଡକୁ ମହୁରେ ମିଶାଇ ଦିନକୁ ୨-୩ ଥର ସେବନ କରିବା ଦ୍ୱାରା ଖାସ ସମସ୍ୟା ଦୂର ହୋଇଥାଏ ।
– ବୟସ ବଢିବା ସହ ସ୍ମରଣ ଶକ୍ତି କମିବାକୁ ଲାଗେ । ତେବେ ସ୍ମରଣ ଶକ୍ତିର ବୃଦ୍ଧି ପାଇଁ ପାନମହୁରୀ ଏବଂ ମିଶ୍ରିକୁ ସମାନ ମାତ୍ରାରେ ମିଶାଇ ସେବନ କରନ୍ତୁ ।
– ଯଦି ଆପଣଙ୍କୁ ଖଉାଇବା ଖାଦ୍ୟ ହଜମ ନହେବା ବା ଭୋକ ନଲାଗିବା ଭଳି ସମସ୍ୟାଉ ଦେଖା ଦେଉଛି ତ, ୨ ଚାମଚ ପାନମହୁରୀ ଗୁଣ୍ଡକୁ ୨ କପ ପାଣିରେ ମିଶାଇଗରମ କରନ୍ତୁ ।ଏହାର ସେବନ ଦ୍ୱାରା ଭୋକ ବଢିବା ସହ ପାଚନ ସମସ୍ୟା ଦୂର ହୋଇଥାଏ ।
– ଖାଦ୍ୟ ପେୟରେ ଅନିୟମିତତା ହେବା ଯୋଗୁଁ ପେଟ ଜନିତ ଅନେକ ସମସ୍ୟା ଉପୁଜିଥାଏ । ତେବେ ପେଟ ଠିକ ଭାବରେ ସଫା ନହେବା କାରଣରୁ ଆମକୁ କଷ୍ଠକାଠିନ୍ୟ ଭଳି ରୋଗର ସାମ୍ନା କରିବାକୁ ପଡିଥାଏ । ପାନମହୁରୀରର ନିୟମିତ ସେବନ ଦ୍ୱାରା କଷ୍ଠକାଠିନ୍ୟ ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିପାରିବ ।
Next Post