ପ୍ରସ୍ତୁତି ସାମଗ୍ରୀ- ୨ବିଡ଼ା ପାଳଙ୍ଗ ଶାଗ, ୨୦୦ଗ୍ରା.ବୁଟଡାଲି, ୨ଛୋଟ ଚାମଚ ଲେଖାଏଁ ବଟାପିଆଜ, କଟାରସୁଣ ଓ କଟା କଞ୍ଚାଲଙ୍କା, ୧ ଛୋଟ ଚାମଚ ଜିରା, ମେଥି, ଗୁଣ୍ଡଲଙ୍କା, ଗରମ ଗୁଣ୍ଡମସଲା ଓ ଅଳ୍ପ କଟା ଧନିଆପତ୍ର, ୨ବଡ଼ ଚାମଚ ଲହୁଣି, ଅଧା ଚାମଚ ଚିନି, ଗୋଟିଏ ଟମାଟୋ, ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ-ବୁଟ ଡାଲିକୁ ଅଧଘଣ୍ଟା ବତୁରା;ୁ। ଡାଲିକୁ ଧୋଇ ୧କପ୍ ପାଣିରେ ଗୁଣ୍ଡହଳଦି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ସିଝାଇ ରଖ;ୁ। ଲହୁଣି ପକାଇ ଗରମ କରି ଚିନି ପକା;ୁ । ଚିନି ଲାଲ୍ ହୋଇଗଲେ ଜିରା ପକା;ୁ । ଜିରା ଫୁଟିଗଲେ କଟା ରସୁଣ ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜ;ୁ । କଟା ଟମାଟୋ ଓ ବଟା ପିଆଜ ପକାଇ ମସଲାରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜ;ୁ । ଏବେ ଏଥିରେ ମେଥି, ଗୁଣ୍ଡଲଙ୍କା ଓ ଗୁଣ୍ଡହଳଦି ପକାଇ ଭଲଭାବରେ ଗୋଳାଇ କାଟି ରଖିଥିବା ଶାଗ ପକା;ୁ । ସ୍ୱାଦ ଅନୁସାରେ ଲୁଣ ପକାଇ ଶାଗରୁ ପାଣି ଶୁଖିବା ପାର୍ଯ୍ୟନ୍ତ ଭାଜ;ୁ । ଏଥିରେ ପୂର୍ବରୁ ସିଝାଇ ରଖିଥିବା ଡାଲିକୁ ପକାଇ ଭଲଭାବରେ ଗୋଳାଇ, ଉପରେ କଟା ଧନିଆପତ୍ର ଓ ଗରମ ମସଲାଗୁଣ୍ଡ ଦେଇ ଚୁଲିରୁ ଓହ୍ଲା;ୁ । ପରଟା କିମ୍ବା ରୁଟି ସହିତ ଏହାକୁ ଗରମ ଗରମ ପରିବେଷଣ କର;ୁ ।
