ପାଳଙ୍ଗ ପତୁଆ

ପ୍ରସ୍ତୁତି ସାମଗ୍ରୀ-୨ବିଡ଼ା ପାଳଙ୍ଗ ଶାଗ, ୨ଟି ଆଳୁ, ୨୫ଗ୍ରା. ଚାର୍‌ମଗଜ, ଅଧା କପ୍‌ କୋରାନଡ଼ିଆ, ୪ଟି ଲଙ୍କା, ଖଣ୍ଡେ ଡାଲଚିନି, ସ୍ୱାଦ ଅନୁଯାୟୀ ଲୁଣ ଓ ଗୁଣ୍ଡ ହଳଦି, ୧ ବଡ଼ ଚାମଚ ରିଫାଇନ ତେଲ, ଅଳ୍ପ ଗୁଆଘିଅ, ୧ବଡ଼ ଚାମଚ ଟମାଟୋ ସସ୍‌ ।
ପ୍ରଣାଳୀ- ପାଳଙ୍ଗ ଶାଗକୁ ଧୋଇ କାଟି ଗ୍ରାଇଣ୍ଡ୍‌ କରି ଦିଅ;ୁ । ଆଳୁକୁ ଖୁବ୍‌ ସରୁ ସରୁ କରି କାଟ;ୁ । ଡାଲଚିନି, ମଗଜଦାନା ଓ ଲଙ୍କାକୁ ବାଟି ଦିଅ;ୁ । କଡ଼େଇରେ ତେଲ ଗରମ କରି ମସଲା ପକା;ୁ । ମସଲା କଷି ହୋଇ ଆସିଲେ ସେଥିରେ ଗ୍ରାଇଣ୍ଡ୍‌ ହୋଇଥିବା ପାଳଙ୍ଗ ଶାଗ ଢାଳ;ୁ । ପରେ ପରେ କୋରାନଡ଼ିଆ, ଆଳୁ, ଲୁଣ ଓ ହଳଦି ପକେଇ ଗୋଳେଇ ଦିଅ;ୁ । ଆଳୁ ସିଝି ଆସି ପାଣି ମରି ପତୁଆ ଭଳି ହୋଇଗଲେ ଟମାଟୋ ସସ୍‌ ଓ ଗୁଆଘିଅ ପକେଇ ଗୋଳେଇ ଦିଅ;ୁ । ଏଥର ପ୍ରସ୍ତୁତ ହୋଇଗଲା ପାଳଙ୍ଗ ପତୁଆ ।

SBI_Festive_Digital Billboard