ପରିବାର ସହ ସମୟ ବିତାଇବା କାହାକୁ ବା ଭଲ ନଲାଗେ । ବ୍ୟକ୍ତି ଯେତେ ବ୍ୟସ୍ତ ହେଉ ନା କାହିଁକି ନିଜ ପରିବାର ସହ ରାତ୍ରି ଭୋଜନ କରିବାକୁ ସେ ନିଶ୍ଚୟ ସମୟ ବାହାର କରିଥାଏ । ତେବେ ଆପଣ ଜଣିଛନ୍ତି କି, ପରିବାର ସହ ଏକତ୍ର ମିଶି ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ମାଧ୍ୟ ଲାଭଦାୟକ ହୋଇଥାଏ । ଖାସ କରି ପିଲାଙ୍କ ପାଇଁ । ପିଲାମାନେ ପରିବାର ସହ ଏକତ୍ର ମିଶି ଭୋଜନ କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଏକ ଅନୁକୁଳ ପରିବେଶ ସୃଷ୍ଟି ହୋଇଥାଏ ।
କାନାଡାରେ କରାଯାଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ, ପରିବାର ସହ ଏକତ୍ର ଭୋଜନ କରିବା ଦ୍ୱାରା ପୂରା ପରିବାରର ପୋଷଣ ବଢିଥାଏ । ଖାସକରି ଏହା ପିଲାଙ୍କ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏହି ଗବେଷଣାର ମୁଖ୍ୟ ଗବେଷକ କୈଥରୀନ ୱାଲଟନ କୁହନ୍ତି, ପରିବାର ସହ ଭୋଜନ କରିବା ଦ୍ୱାରା ଖାଦ୍ୟର ପୋଷକ ତତ୍ୱ ଦେହରେ ଲାଗିଥାଏ । ଏହି ସମୟରେ ଆପଣ ପିଲାଙ୍କୁ ଭଲ କଥା ମଧ୍ୟ ଶିଖାଇ ପାରିବେ ଏବଂ ଖାଦ୍ୟର ଗୁଣ ସମ୍ପର୍କରେ ବୁଝାଇ ପାରିବେ । କେବଳ ଖାଦ୍ୟ ଖାଇବା ସମୟରେ ନୁହେଁ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ମଧ୍ୟ ଯଦି ଆପଣ ସହଯୋଗ କରିବେ ତ’ ତାହା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ପିଲାଙ୍କୁ ଛୋଟମୋଟ ଜିନିଷ ମଗଇବା ମଧ୍ୟ ସେମାନଙ୍କ ପାଇଁ ଭଲ ଅଭ୍ୟାସ ସାବ୍ୟସ୍ତ ହେବ ।
Prev Post
Next Post