ପୁଣି କର୍ମୀଙ୍କ ମତାମତ ଲୋଡ଼ିଲେ ବିଧାୟକ ନବ ଦାସ, ମିଳିଲା ପୂର୍ଣ୍ଣ ସମର୍ଥନ

0

ଲ।ଇକେରା,୩।୧୨: ଝାରସୁଗୁଡ଼ା ବିଧାୟକ ନବ ଦାସ ଦଳବଦଳ ନେଇ ଶନିବାର କୋଲାବିରା ବ୍ଲକ ସୋଢ଼ାମାଲ, କୋଲାବିରା ଓ ପୋଖରାସାହ୍ଲେ ପଞ୍ଚାୟତରେ ପୃଥକ ବୈଠକ କରି କର୍ମୀମାନଙ୍କ ମତାମତ ଲୋଡ଼ିଥିବାବେଳେ ରବିବାର ଲଇକେରା ବ୍ଲକରେ ଏହାକୁ ଦୋହରାଇଛନ୍ତି। ୪ଦିନ ତଳେ ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ଲଇକେରା ବ୍ଲକ ଅନ୍ତର୍ଗତ ହାତିଆନାଲା ଡ୍ୟାମ୍‌ ପାର୍ଶ୍ୱରେ କର୍ମୀ ବୈଠକ କରିଥିବାବେଳେ ରବିବାର ବିଧାୟକ ଦାସ ସେହି ସ୍ଥାନରେ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ। ଏଥିରେ ଲଇକେରା, କିର୍ମିରା, କୋଲାବିରା ଅଞ୍ଚଳର ଦାସଙ୍କ ହଜାର ହଜାର ସମର୍ଥକ ଯୋଗଦେଇଥିଲେ। ଏଠାରେ ମଧ୍ୟ ଦାସ ଦଳବଦଳ ନେଇ କର୍ମୀଙ୍କ ମତାମତ ଲୋଡ଼ିଥିଲେ। ଆମେ ଦଳ ନୁହେଁ, ନବ ଦାସଙ୍କୁ ଜାଣୁ। ସେ ଯେଉଁ ଦଳକୁ ଯିବେ ଆମେ ତାଙ୍କୁ ସମର୍ଥନ କରିବୁ ବୋଲି କର୍ମୀମାନେ କହି ଦାସଙ୍କୁ ଉତ୍ସାହିତ କରିଥିଲେ। ଫଳରେ ଆଗାମୀ କିଛିଦିନ ମଧ୍ୟରେ ଦାସ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯାଇପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି। ତେବେ ଦାସ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି।

SBI AD
Leave A Reply

Your email address will not be published.