ଖୁବ୍ଶୀଘ୍ର ନିର୍ମାଣ ହେବାକୁ ଯାଇଛି ରୋମୋ ଡି’ସୋଜାଙ୍କ ନିର୍ଦ୍ଦଶିତ ଫିଲ୍ମ ‘ଏବିସିଡି’ର ତୃତୀୟ ସଂସ୍କରଣ । ‘ଏବିସିିଡି-୩’ରେ ମୁଖ୍ୟ ଭୂମିକାର ଅଭିନୟ କରିବାକୁ ଯାଉଛନ୍ତି ବରୁଣ ଧୱନ ଓ ଶ୍ରଦ୍ଧା କପୁର । ବରୁଣ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ଆଗରୁ ପ୍ରସ୍ତୁତ ଥିବାବେଳେ ବରୁଣଙ୍କ ଅପୋଜିଟ୍ରେ କିଏ ଅଭିନୟ କରିବ ତାକୁ ନେଇ ଦ୍ୱନ୍ଦରେ ଥିଲେ ନିର୍ଦ୍ଦେଶକ । କିଛିଦିନପୂର୍ବରୁ ବରୁଣଙ୍କ ସହ କ୍ୟାଟ୍ରିନା ଅଭିନୟ କରିବା କଥା ଶୁଣିବାକୁ ମିଳିଥିଲା କିନ୍ତୁ ଏବେ କ୍ୟାଟ୍ରିନା ଏହି ଫିଲ୍ମରେ ଅଭିନୟ କରିପାରିବେ ନାହିଁ । କାରଣଟି ହେଲା କ୍ୟାଟ୍ରିନାଙ୍କ ଆଗାମୀ ଫିଲ୍ମ ‘ଭାରତ’ । ଯାହାପାଇଁ କ୍ୟାଟ୍ରିନା ରୋମୋଙ୍କୁ ତାଙ୍କ ଫିଲ୍ମ ‘ଏବିସିଡି’ର ତୃତୀୟ ସଂସ୍କରଣରେ କାମ କରିବା ପାଇଁ କରିଦେଇଛନ୍ତି ମନା । ତେଣୁ କ୍ୟାଟ୍ରନାଙ୍କ ଜାଗାରେ ଅଭିନୟ କରିବେ ଶ୍ରଦ୍ଧା କପୁରୁ । ଫିଲ୍ମର ଦ୍ୱିତୀୟ ସଂସ୍କରଣରେ ଏ ଦୁହିଁଙ୍କ ଯୋଡ଼ି ଜବରଦସ୍ତଥିଲା । ଯାହାପାଇଁ ଫିଲ୍ମର ଆଗାମୀ ସଂସ୍କରଣ ମଧ୍ୟ ଦର୍ଶକମାନଙ୍କୁ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଫିଲ୍ମର ନିର୍ଦ୍ଦେଶକ ରେମୋ ।