ପୁରୀ,୧୫/୧: ପୁରୀ ଗୋପାଳ ବଲ୍ଲଭ ରୋଡ଼ସ୍ଥିତ “ନେତାଜୀ ସଂଗ୍ରହାଳୟ” ଆଜି ଲୋକାର୍ପିତ ହୋଇଛି । ରାଜସ୍ବ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହାକୁ ଲୋକାର୍ପଣ କରିଛନ୍ତି । ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ସୁଭାଷ ବୋଷଙ୍କ ପୈତୃକ ଘରକୁ ରାଜ୍ୟ ସରକାର ନେତାଜୀ ସଂଗ୍ରହାଳୟର ରୂପ ଦେଇଥିଲେ । ଏଥିରେ ନେତାଜୀ ଏବଂ ତାଙ୍କ ପରିବାରଙ୍କ ସମ୍ପର୍କିତ ବହୁ ଦୁର୍ଲଭ ଫଟୋ, ଆସବାବପତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ମ୍ୟୁଜିୟମ ନିର୍ମାଣ କାର୍ଯ୍ୟ ୩ ବର୍ଷ ପୂର୍ବରୁ ସରିଥିଲେ ମଧ୍ୟ ଅଦାଲତି ବିବାଦ ଯୋଗୁ ଏହା ଲୋକାର୍ପିତ ହୋଇପାରୁ ନ ଥିଲା । ନିକଟରେ ଅଦାଲତି ବିବାଦର ପରିସମାପ୍ତି ଘଟିବା ପରେ ମଙ୍ଗଳବାର ଏହା ଲୋକାର୍ପିତ ହୋଇଛି ।