ନୂଆଦିଲ୍ଲୀ,୧୪/୬: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟକ୍ନୋଲୋଜି (ଆଇଆଇଟି) ରୁର୍କି ଶୁକ୍ରବାର ଯୁଗ୍ମ ପ୍ରବେଶିକା ପରିକ୍ଷା ବା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ପ୍ରକାଶ କରିଛି । ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଓଡ଼ିଶାର ସାୟନ୍ତନ ଧର ଦେଶରରେ ୫୧ ରାଙ୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ www.jeeadv.ac.in ୱେବ୍ସାଇଟ୍ ଜରିଆରେ ନିଜର ଫଳାଫଳ ଦେଖି ପାରିବେ ।
ଚଳିତ ବର୍ଶ ୧ ଲକ୍ଷ ୬୧ ୩୧୯ ଜଣ ପରୀକ୍ଷାର୍ଥୀ ଉଭୟ ପେପର୍-୧ ଓ ପେପର୍-୨ ପାଇଁ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୮ ହଜାର ୭୦୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୫,୩୫୬ଜଣ ଛାତ୍ରୀ ରହିଛନ୍ତି । ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ର କାର୍ତ୍ତିକେୟ ଚନ୍ଦ୍ରେଶ ଗୁପ୍ତା ୩୭୨ ନମ୍ବରରୁ ୩୪୬ ନମ୍ବର ରଖିଛନ୍ତି । ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ଓ ଦିଲ୍ଲୀର ଅର୍ଚ୍ଚିତ ବୁବ୍ନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଛାତ୍ରୀଙ୍କ ମଧ୍ୟରେ ସାହାୟ ସବ୍ନମ୍ ୩୦୮ ନମ୍ବର ରଖି ୧୦ ନମ୍ବର ରାଙ୍କରେ ଅଛନ୍ତି ।
ସମସ୍ତେ ଏକକାଳୀନ ୱେବ୍ସାଇଟ୍ ଖୋଲିବା କାରଣରୁ ତାହା ଠିକ୍ରେ କାମ କରୁ ନାହିଁ । ସେଥିପାଇଁ ଅପରାହ୍ନ 4ଟା ପରେ ସମସ୍ତ ଛାତ୍ରଛାତ୍ରୀ ନିଜର ରାଙ୍କ୍ ଜାଣି ପାରିବେ । ଏହା ବାଦ ଫର୍ମ ପୂରଣ ବେଳେ ଦେଇଥିବା ମୋବାଇଲ୍ ନମ୍ବରରେ ମଧ୍ୟ ମେସେଜ୍ କରାଯିବ । କିନ୍ତୁ ବ୍ୟକ୍ତିଗତ ରାଙ୍କ କାର୍ଡ ମେସେଜ୍ ମାଧ୍ୟମରେ ଦିଆଯିବ ନାହିଁ । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଦେଶରେ ଥିବା ଆଇଆଇଟି କଲେଜ ଗୁଡ଼ିକରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ନାମ ଲେଖାଇ ପାରିବେ ।