ପ୍ରଥମ ଦିନିକିଆ: ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଲା ଭାରତ

0

ନାପିଏର, ୨୩/୧: ନୁ୍ୟଜିଲାଣ୍ଡ ଗସ୍ତରେ ଥିବା ଟିମ୍‌ ଇଣ୍ଡିଆ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି । ବୋଲ୍‌ରଙ୍କ ଦମ୍‌ଦାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନ୍‌ଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ଟିମ୍‌ ଇଣ୍ଡିଆ ଗସ୍ତର ପ୍ରଥମ ବିଜୟ ସ୍ୱାଦ ଚାଖିଛି । ନାପିଏରରେ ଖେଳାଯାଇଥିବା ପାଞ୍ଚଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଶିଖର ଧାଓ୍‌ନଙ୍କ ଅର୍ଦ୍ଧଶତକ(୭୫ ରନ୍‌) ଓ ବିରାଟ କୋହଲିଙ୍କ ଉପଯୋଗୀ ୪୫ ରନ୍‌ ସହାୟତାରେ ଭାରତ ବିଜୟୀ ହୋଇଛି । ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୩.୪ ଓଭରରେ ମାତ୍ର ଦୁଇ ଓ୍‌ିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । ତେବେ କୋହଲି ଓ ଧାଓ୍‌ନଙ୍କ ଯୋଡ଼ି ୯୧ ରନ୍‌ର ପାର୍ଟନରସିପ୍‌ କରିଥିବା ବେଳେ କୋହଲି ଏକ ପୁଲ ସର୍ଟ ମାରିବାକୁ ଯାଇ ଆଉଟ୍‌ ହେବା ସହିତ ମାତ୍ର ୫ ରନ୍‌ ପାଇଁ ଆଉ ଏକ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍‌ିକେଟ ହରାଇ ୧୫୭ ରନ୍‌ କରିଥିଲେ ମଧ୍ୟ ଖେଳକୁ ୧ ଓଭର କମ୍‌ କରାଯାଇ ଭାରତ ସମ୍ମୁଖରେ ୧୫୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିିଲା । ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ ଓ୍‌ିଲିୟମସନ୍‌ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ନ୍ୟୁଜିଲାଣ୍ଡର ଏହି ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ଭୁଲ ପ୍ରମାଣିତ କରିଥିଲେଛ । ଭାରତର ସ୍ପିନ୍‌ ଆକ୍ରମଣ ସମ୍ମୁଖରେ ନ୍ୟୁଜିଲାଣ୍ଡ ଦଳ ବେଶି ସମୟ ଛିଡ଼ା ହୋଇ ପାରି ନଥିଲା । ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିିଂ ବିପର୍ଯ୍ୟୟ ଘଟାଇବା ପରେ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ କେଦାର ଯାଦବ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୭ ରନ୍‌ରେ ସୀମିତ ରଖିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.