ମୁମ୍ବାଇ,୧୯/୧୨: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସିଙ୍ଗର ନିକ୍ ଜୋନସ୍ଙ୍କ ବିବାହ ବେଶ୍ ଚର୍ଚ୍ଚାରେ ରହିଥିଲା। ଏବେ ଦୁହିଁଙ୍କର ବିବାହ ପରବର୍ତ୍ତୀ ହନିମୁନ୍ର କେତେକ ରୋମାଣ୍ଟିକ୍ ଫଟୋ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏହାକୁ ଲକ୍ଷାଧିକ ପ୍ରଶଂସକ ଦେଖିଥିବାବେଳେ ଅନେକ ଶେୟାର ଓ ଲାଇକ୍ କରିଛନ୍ତି। ଏପରି ଯୋଡ଼ି ଭାଗ୍ୟରେ ଥିଲେ ମିଳିଥାଏ ବୋଲି କେତେକ କମେଣ୍ଟ ମଧ୍ୟ ଦେଇଛନ୍ତି। ପ୍ରଶଂସକ ଉଭୟଙ୍କର ସୁଖୀ ଓ ସଫଳ ଦାମ୍ପତ୍ୟ ଜୀବନ ପାଇଁ କାମନା କରିଛନ୍ତି।