ଫସିଗଲେ ଦବଙ୍ଗ ଗର୍ଲ

ମୁରାଦାବାଦ୍‌ରେ ବଲିଉଡ୍‌ ଆକେଫ୍ରସ୍‌ ସୋନାକ୍ଷୀ ସିହ୍ନାଙ୍କ ସମେତ ୫ଜଣଙ୍କ ନାଁରେ ଠକେଇ ମାମଲା ରୁଜୁ କରାଯାଇଛି । ୩୭ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ନେବା ସତ୍ତେ୍ୱ ସୋନାକ୍ଷୀ ଦିଲ୍ଲୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ । ଏ ନେଇ ଆୟୋଜକ ପ୍ରମୋଦ ଶର୍ମା ନଭେମ୍ବର୨୪ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପ୍ରମୋଦଙ୍କ କହିବା ଅନୁସାରେ ସେ ୩୦ ସେପେଫମ୍ବରରେ ଇଣ୍ଡିଆ ଫ୍ୟାସନ୍‌ ଆଣ୍ଡ ବୁ୍ୟଟି ଆୱାର୍ଡ ଶୋ’ରେ ପୁରଷ୍କାର ବିତରଣ ପାଇଁ ସୋନାକ୍ଷୀଙ୍କୁ ମନୋନୀତ କରାଯାଇଥିଲା । ସୋନାକ୍ଷୀଙ୍କୁ ମୁଖ୍ୟ ଅତିଥୀଭାବେ ଶୋ’କୁ ଆଣିବା ପାଇଁ ପ୍ରମୋଦ ଟାଲେଣ୍ଟ ଫୁଲ ଆଣ୍ଡ କମ୍ପନୀ ସହ ଯୋଗାଯୋଗ କରିଥିଲେ । ଟାଲେଣ୍ଟ ଫୁଲ୍‌ ଆଣ୍ଡ କମ୍ପାନୀ ପକ୍ଷରୁ କୁହାଯାଇଛି ସୋନାକ୍ଷୀଙ୍କ କାର୍ଯ୍ୟକ୍ରମ ପରଦିନ ସକାଳୁ ଶୁଟିଂ ଥିବା କାରଣରୁ ଦବଙ୍ଗ ଗର୍ଲ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ସେପଟେ ଆଡ୍‌ଭାନ୍ସ ନେବା ପରେ କିପରି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି କହିବାରୁ ସୋନାକ୍ଷୀ କାର୍ଯ୍ୟକ୍ରମକୁ ଯିବା ପାଇଁ ରାଜି ହୋଇଥିଲେ । କିନ୍ତୁ ସେ ଦିନ ତାଙ୍କୁ କାର୍ଯ୍ୟକ୍ରମ ସାରି ଘରକୁ ଫେରିବାର ଥିଲା । କିନ୍ତୁ ଆୟୋଜକ କମିଟି ତାଙ୍କ ଫେରିବା ଟିକଟ୍‌ କନଫର୍ମ କରି ନ ଥିଲେ ଯାହା ଫଳରେ ସୋନାକ୍ଷୀ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ । ସେପଟେ ଏ ପରିପ୍ରେକ୍ଷୀରେ ଗତ ୧୩ ତାରିଖରେ ପ୍ରମୋଦ ଆତ୍ମହତ୍ୟା କରିବାକୁ ବାହାରିଥିଲେ । ଦୁଇ ପକ୍ଷର ଅଭିଯୋଗ ଶୁଣିବା ପରେ ମୁରାଦାବାଦ ଡିଏସ୍‌ପି ଗଜରାଜ ସିଂହ ସୋନାକ୍ଷୀଙ୍କ ସମେତ ଅନ୍ୟ ତିନିଜଣଙ୍କ ନାଁ ରେ ଥାନାରେ ଏକ ଏତଲା ଦାୟର କରିଛନ୍ତି ।