ବ୍ୟାଙ୍କକ, ୧୭/୧୨: ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଆୟୋଜିତ ମିସ୍ ୟୁନିଭର୍ସ-୨୦୧୮ ଟାଇଟଲ୍ ହାତେଇଛନ୍ତି ମିସ୍ ଫିଲିପାଇନ୍ସ କାଟ୍ରିଓନା ଗ୍ରେ । ୨୪ ବର୍ଷୀୟା କାଟ୍ରିଓନା ୬୭ତମ ମିସ୍-ୟୁନିଭର୍ସ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ତାଙ୍କୁ ଦକ୍ଷିଣ ଆଫ୍ରିକୀୟ ଡେମି ଲେହନେଲ ମିଟରସ ଏହି ମୁକୁଟ ପିନ୍ଧାଇଛନ୍ତି ।
ଟପ୍ ତିନିଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ଥିଲେ ମିସ୍ ଫିଲିପିନ୍ସ, ମିସ୍ ସାଉଥ୍ ଆଫ୍ରିକା ଓ ମିସ୍ ଭେନିଜୁଏଲା । ଏମାନଙ୍କ ଭିତରୁ ବାଜି ମାରି ନେଇଛନ୍ତି ମିସ୍ ଫିଲିଫିନ୍ସ କାଟ୍ରିଓନା । ପ୍ରଥମ ରନରଅପ୍ ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ଟେମାରିନ୍ ଗ୍ରିନ୍ ଓ ଦ୍ୱିତୀୟ ରନରଅପ୍ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମିସ୍ ଭେନଜୁଏଲ ସ୍ଥେଫନି ଗୁଟରେଜ । ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାରତର ମିସ ଇଣ୍ଡିଆ ନେହଲ ଚୁଦାସମା ଟପ୍ ଟେନ୍ ଭିତରେ ମଧ୍ୟ ନିଜ ପାଇଁ ସ୍ଥାନ ତିଆରି କରିପାରିନଥିଲେ । ମିସ୍ ୟୁନିଭର୍ସ-୨୦୧୮ରେ ୯୪ଟି ଦେଶର ସୁନ୍ଦରୀମାନେ ଅଂଶ ଗ୍ରହଣ କରିଥିଲେ ।
Prev Post
Next Post