ବଲିଉଡ଼ର କିଂଗ ଖାନ୍ ଶାହରୁଖ ମହାକାଶ ଯାତ୍ରୀ ରାକେଶ ଶର୍ମାଙ୍କ ବାୟୋପିକ୍ରେ ଅଭିନୟ କରିବା ନେଇ ଚର୍ଚ୍ଚା ଜୋର୍ ଧରିଛି । କାରଣ ଏହି ଫିଲ୍ମ ପାଇଁ ଶାହରୁଖ ଭାରତ ନୁହେଁ ବର ବିଦେଶରେ ନିଜ ସମସ୍ତ ପ୍ରସ୍ତୁତି କରିବେ । ଶାହରୁଖଙ୍କ ଏହି ଫିଲ୍ମର ଶୀର୍ଷକ ‘ସାରେ ଜାହæô ସେ ଆଚ୍ଛା’ ରଖାଯାଇଛି ଯାହାପାଇଁ ସେ ଆମେରିକା ଯାତ୍ରା କରିବେ ବୋଲି ମିଡିଆ ରିପୋର୍ଟରୁ ଜଣାପଡିଛି । ଫିଲ୍ମଟି ମହାକାଶ ଯାତ୍ରୀ ରାକେଶ ଶର୍ମାଙ୍କ ଉପରେ ଆଧାରିତ ହୋଇଥିବାରୁ ମହାକାଶ ଯାତ୍ରୀ ମହାକାଶରେ ସାମ୍ନା କରୁଥିବା ବିଭିନ୍ନ ପରିସ୍ଥିତିକୁ ଅନୁଭବ କରିବା ପାଇଁ ସେ ଆମେରିକା ସ୍ପେସ୍ ଷ୍ଟେସନ୍ ନାସାକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ, ଏହି ଫିଲ୍ମର ସୁଟିଂ ଚଳିତ ବର୍ଷ ସେପେଫମ୍ବରରେ ଆରମ୍ଭ ହେବାକୁ ଥିଲା । କିନ୍ତୁ ଶାହରୁଖଙ୍କ ବ୍ୟସ୍ତତା ବହୁଳ କାର୍ଯ୍ୟସୂଚୀ ପାଇଁ ଏହାର ସୁଟିଂ ଆସନ୍ତା ବର୍ଷକୁ ସ୍ତଗିତ ରଖାଯାଇଛି । ଏଯାବତ୍ ଶାହରୁଖ ହିରୋଇନ୍ ଫାଇନାଲ୍ କରାଯାଇ ନଥିବା ବେଳେ ରାକେଶ ଶର୍ମା ସ୍ତ୍ରୀଙ୍କ ଚରିତ୍ର ପାଇଁ ଅଭିନେତ୍ରୀ କରିନା କପୁର, କଟ୍ରିନା କୈଫ୍ ଏବଂ ଅନୁଷ୍କା ଶର୍ମାଙ୍କ ନାମ ଶୁଣିବାକୁ ମିଳୁଛି ।
