ହିନ୍ଦୁ ରୀତିନୀତି ଅନୁସାରେ ଭଗବାନ ୪ଟି ଦ୍ରବ୍ୟରେ ସ;ୁଷ୍ଟ ହୋଇଥାନ୍ତି । ସେ ଚାରୋଟି ଦ୍ରବ୍ୟ ହେଉଛି ପତ୍ର, ଫୁଲ, ଫଳ ଏବଂ ଜଳ । ଯଦି ଭକ୍ତି ଭାବନାର ସହ ଏହି ଚାରୋଟି ଜିନିଷ ଭଗବାନଙ୍କୁ ଅର୍ପଣ କରାଯାଏ ତେବେ ଭକ୍ତର ସବୁ ମନୋକାମନା ପୂରଣ ହୁଏ । କି;ୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠି ଠାକୁରଙ୍କୁ ନିଆରା ଢଙ୍ଗରେ ପୂଜା କରାଯାଏ । ଫଳ, ଫୁଲ, ପତ୍ର କି ଜଳରେ ନୁହେଁ ଏଠି ଠାକୁରଙ୍କୁ ସ;ୁଷ୍ଟ କରିବା ପାଇଁ ଲୋଡା କେବଳ ପଥର । ଦକ୍ଷିଣ ଭାରତୀୟ ସହର ବାଙ୍ଗାଲୁରୁର ପ୍ରସିଦ୍ଧ ମାଣ୍ଡ୍ୟା ସହରରେ ରହିଛି ଏହି ମନ୍ଦିର । ଯେଉଁଠି ଫୁଲ ନୁହେଁ ପଥରର ଦେବତାଙ୍କୁ ଲାଗିହୁଏ ପଥର । କିରାଗାନ୍ଦୁରୁ-ବେବିନହଲ୍ଲି ରାସ୍ତାରେ ରହିଛି କୋଟିକଲିନା କାଡୁ ବାସªା ମନ୍ଦିର । ଆପଣ ଯେତେବେଳେ ଏଠାକୁ ଠାକୁର ଦର୍ଶନ ପାଇଁ ଯିବେ ମନେ ରଖିବେ ଏଠାକୁ ଭୋଗରାଗ ନେଇ ନୁହେଁ ପଥର ନେଇ ଯିବାକୁ ପଡ଼ିଥାଏ । ଆଉ ଗୋଟିଏ ଥରରେ ଆପଣ ୩ଟି କିମ୍ବା ୫ଟି ପଥର ଚଢାଇ ପାରିବେ । ଏଠି ମାନସିକ ପୂରଣ ହେଲେ ଠାକୁରଙ୍କ ନିଜ ଘର ବାଡିରୁ କିଛି ପଥର ଚଢାଇବାକୁ ପଡିଥାଏ । ଠାକୁରଙ୍କ ଦର୍ଶନ ପାଇଁ ନା ଏଠି ରହିଥାଏ ଲମ୍ବା ଧାଡି ନା ରହିଥାନ୍ତି କୌଣସି ପୂଜକ । ଶ୍ରଦ୍ଧାଳୁ ନିଜ ହାତରେ ପଥର ପ୍ରସାଦ ଲାଗାଇ ଠାକୁରଙ୍କୁ ଦର୍ଶନ କରିଥାଏ । ସ୍ଥାନୀୟ ଲୋକଙ୍କ ମତରେ ଏଭଳି କଲେ ଅପାର କୃପା ମିଳିଥାଏ ।