ଯାହାର ଅଛନ୍ତି ହଜାର ହଜାର ଫ୍ୟାନ ସେ ପାଲଟି ଯାଇଛନ୍ତି ଅନ୍ୟ କାହାର ଫ୍ୟାନ । ଆମେ କହୁଛୁ ବଲିଉଡ଼୍ ସୁପରଷ୍ଟାର ଦୌଡ଼ରେ ସାମିଲ ହୋଇଥିବା ବଲିଉଡ଼୍ ହିରୋ ବରୁନ ଧୱନଙ୍କ କଥା । ବରୁଣ ଏବେ ପାଲଟି ଯାଇଛନ୍ତି ବଲିଉଡ଼୍ରେ ପାଦ ଥାପିଥିବା ଦୁଇ ଷ୍ଟାର ଚାଇଲïଙ୍କ ଫ୍ୟାନ । ଜଣେ ହଲେ ବଲିଉଡ୍ ମମ୍ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ଓ ଆଉଜଣେ ହେଉଛନ୍ତି ନବେ ଦଶକର ଚଲ୍ବୁଲି ନାୟିକା ଅମ୍ରିତା ସିଂହ ଓ ସୌଫଙ୍କ ଝିଅ ସାରା ଅଲ୍ଲୀ ଖାନ୍ । ବର୍ତ୍ତମାନ ବରୁଣ ଫିଲ୍ମ ‘କଳଙ୍କ’ର ସୁଟିଂ କାମର ଅଛନ୍ତି ହାଇଦ୍ରାବାଦରେ । କହିବାକୁଗଲେ ଏବେ ବରୁଣଙ୍କ ଡେଲି ସିଡ୍ୟୁଲ ଅଛି ବହୁତ ଜାମ୍ । ମାନେ ସିଧା ସିଧା କହିବାକୁଗଲେ ବରୁଣ ଏବେ କାମରେ ଅଛନ୍ତି ପୁରା ବ୍ୟସ୍ତ । ବ୍ୟସ୍ତଥାଇ ମଧ୍ୟ ବରୁଣ ଏହି ଦୁଇ ନବାଗତାଙ୍କର ପ୍ରଶଂସା କରିବାକୁ ଭୁଲି ନାହାନ୍ତି । ସିନେ ଦୁନିଆରେ ପାଦ ଥୋଉ ଥୋଉ ସାରାଙ୍କ ହାତରେ ଆସି ଯାଇଛି ୨ଟି ଫିଲ୍ମ । ଗୋଟିଏ ରିଲିଜ ହୋଇଯାଇଛି ଓ ଆଉ ଗୋଟିଏ ଅଛି ରିଲିଜ ଅପେକ୍ଷାରେ । ସେହିପରି ଜାହ୍ନବୀ ଗୋଟିଏ ହିଟ୍ ଫିଲ୍ମ ଦେବାପରେ ତାଙ୍କ ହାତରେ ଏବେ ଆଉଗୋଟିଏ ଫିଲ୍ମର ଅଫର ଆସି ପହଞ୍ଚିଯାଇଛି । ଏ ଦୁହିଁଙ୍କୁ ନେଇ ବରୁଣ ନିଜର ଏକ ମନ୍ତବ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ବରୁଣ କହିଛନ୍ତି ସାରା ଓ ଜାହ୍ନବୀ ହେଉଛନ୍ତି ଦୁଇଜଣ ଭଲ ଅଭିନେତ୍ରୀ । ଆଗାମୀ ଦିନମାନଙ୍କରେ ଏ ଦୁଇ କଳାକାର ଇଣ୍ଡଷ୍ଟ୍ରିରେ ଭଲକାମ କରିବା ସହ ଅନେକ ପ୍ରଶଂସକ ସାଉଁଟି ପାରିବେ। ଏହା ସହ ଏ ଦୁଇ ନବାଗତାଙ୍କ ସହ କାମ କରିବାକୁ ଚାହୁଁଥିବା କଥା ମଧ୍ୟ କହିଛନ୍ତି ବରୁଣ। ବରୁଣ ‘କଲଙ୍କ’ ପରେ ରେମୋ ଡିସୋଜାଙ୍କ ଫିଲ୍ମ ଏବିସିଡି-୩ରେ ମେନ୍ ଲିଡ୍ରେ ଅଭିନୟ କରିବାକୁ ଯାଇଥିବାବେଳେ ବରୁଣଙ୍କ ସହ ପ୍ରଥମ କରି ସ୍କ୍ରିନ ସେୟାର କରିବେ କ୍ୟାଟ୍ରିନା କୈଫ । ଫିଲ୍ମରେ ବରୁଣ ଓ କ୍ୟାଟି୍ରନା ଜବରଦସ୍ତ ରୋମାନ୍ସ କରିବା ସହ ଡ୍ୟାନ୍ସର ଜଲୱା ମଧ୍ୟ ଦେଖାଇବା କଥା କୁହାଯାଉଛି ।