ବଜିତିବାର ଜୋଶ୍‌

ବଲିଉଡ୍‌ର ଜଣାଶୁଣା କଳାକାରଙ୍କ ଭିତରୁ ଜଣେ ହେଉଛନ୍ତି ରଣଦୀପ ହୁzା । ତାଙ୍କର ଅଭିନୟ ପାଇଁ ସେ ସବୁବେଳେ ପ୍ରଶଂସିତ । ଆକ୍ସନ ହେଉ ବା ଡ୍ରାମା ପ୍ରତିଟି ଚରିତ୍ରକୁ ରଣଦୀପ ଅତି ସୁନ୍ଦରଭାବେ କରନ୍ତି । ନିଜର ଲୁକ୍‌ ଓ ଡାଏଟ୍‌କୁ ନେଇ ମଧ୍ୟ ସେ ସବୁବେଳେ ରୁହନ୍ତି ଚର୍ଚ୍ଚାରେ । ରଣଦୀପଙ୍କ ଘୋଡ଼ା ପ୍ରେମ ବିଷୟରେ କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣିଥିବେ । ପ୍ରକୃତରେ ରଣଦୀପଙ୍କୁ ଘୋଡ଼ା ଚଢ଼ିବା ଖୁବ୍‌ ପସନ୍ଦ। ନିକଟରେ ରଣଦୀପ ରାଷ୍ଟ୍ରୀୟ ଘୋଡ଼ା ସବାରୀ ଚାମ୍ପିୟନ୍‌ସିପ୍‌ (ଏନଇସି)ରେ ଭାଗ ନେଇଛନ୍ତି । ସେ କେବଳ ଏଥିରେ ଭାଗ ନେଇ ନାହାନ୍ତି ଏଥିରେ ବିଜୟ ଲାଭ ମଧ୍ୟ କରିଛନ୍ତି । ଏନେଇ ରଣଦୀପଙ୍କୁ ମିଳିଛି ରଜତ ପୁରଷ୍କାର । ମୁମ୍ବାଇରେ ଏହି ଘୋଡ଼ା ସବାରୀ ପ୍ରତିଯୋଗୀତାର ଆୟୋଜନ କରଯାଇଥିଲା । ଏ ନେଇ ରଣଦୀପ କହିଛନ୍ତି ‘ମୁଁ ମୋ ପରିଶ୍ରମ ଓ ମନ ବଳ ଯୋଗୁ ଏ ପୁରଷ୍କାରର ଅଧିକାରୀ ହୋଇ ପାରିଛି । କୁ୍ୟଏମ୍‌ଜି ଜେନେରାଲଙ୍କ ହାତରୁ ମେଡ଼ାଲ ପାଇ ମୁଁ ବହୁତ ଖୁସି ।’ ରଣଦୀପଙ୍କ ଗୋଡରେ ଆଘାତ ଲାଗିବା ସତ୍ତେ୍ୱ ସେ ଏହି ପ୍ରତିଯୋଗୀତାରେ ଅଂଶଗ୍ର୍ରହଣ କରିଥିଲେ । ଶେଷଥର ପାଇଁ ରଣଦୀପ ଫିଲ୍ମ ‘ବାଗୀ ୨’ରେ ନଜର ଆସିଥିଲେ । ସରବଜୀତ ଫିଲ୍ମରେ ରଣଦୀପଙ୍କ ଅଭିନୟ ଅବିସ୍ମରଣୀୟ । ଫିଲ୍ମି କ୍ୟାରିୟର ପାଇଁ ରଣଦୀପଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିବାବେଳେ ରଣଦୀପ ତାଙ୍କର ଏ ବିଜୟକୁ ନେଇ ଅଛନ୍ତି ଖୁବ୍‌ ଖୁସି ।