ବଟର ମସ୍‌ରୁମ୍‌ ସୁପ୍‌

ପ୍ରସ୍ତୁତି ସାମଗ୍ରୀ-୨କପ୍‌ କଟା ଛତୁ, ୨ଚାମଚ ବଟର, ୧ଚାମଚ କଟା ରସୁଣ, ୧ଚାମଚ ଫ୍ରେଶ୍‌ କ୍ରିମ୍‌, ୨ଚାମଚ କଟା ପିଆଜ, ୧କପ୍‌ ଛୋଟ ଛୋଟ କଟା ଆଳୁ, ୧ଚାମଚ ଗୁଣ୍ଡ ଗୋଲମରିଚ, ୧କପ୍‌ କ୍ଷୀର, ସଜାଇବା ପାଇଁ ଧନିଆପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରଣାଳୀ-ପ୍ରଥମେ କଡ଼େଇରେ ବଟର ପକାଇ କଟା ରସୁଣ ଓ ପିଆଜ ଭାଜ;ୁ । ତା’ପରେ କଟା ଛତୁ ଓ କଟା ଆଳୁ ପକାଇ ଟିକେ କଷନ୍ତୁ । ୨ମିନିଟ୍‌ ପରେ ଅଧା କପ୍‌ ପାଣି ଦେଇ ସିଝା;ୁ । ସିଝିଗଲେ ଗ୍ରାଇଣ୍ଡ କରି ଛାଣି ଦିଅନ୍ତୁ । ଅନ୍ୟ ଗୋଟିଏ ପାତ୍ରରେ ବଟର ଗରମ କରି ପୁ୍ୟରୀକୁ ଢାଳି ଫୁଟାନ୍ତୁ । ସେଥିରେ କ୍ଷୀର, କ୍ରିମ୍‌ ଓ ଗୁଣ୍ଡ ଗୋଲମରିଚ ପକାଇ ୨/୩ ମିନିଟ୍‌ ଫୁଟିବାକୁ ଛାଡ଼ିଦିଅନ୍ତୁ । ଶେଷରେ ଗୋଟିଏ ପାତ୍ରରେ ଢାଳିଦିଅନ୍ତୁ ଏବଂ ଉପରେ କଟା ଧନିଆପତ୍ର ଓ କ୍ରିମ୍‌ ପକାଇ ଗରମ ଗରମ ପରିବେଷଣ କରନ୍ତୁ ।