ବଦଳିବ ମୁଗଲସରାଇ ତହସିଲର ନାଁ

ଲକ୍ଷ୍ନୌ,୧୮/୧: ଉତ୍ତର ପ୍ରଦେଶର ମୁଗଲସରାଇ ତହସିଲର ନାଁ ପରିବର୍ତ୍ତନ କରାଯିବ। ଏହାକୁ ନେଇ ବିଲ୍‌ ପାସ୍‌ ହୋଇସାରିଛି। ମୁଗଲସରାଇ ତହସିଲ ପରିବର୍ତ୍ତନ ହୋଇ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ତହସିଲ କରାଯିବ। ସୂଚନାଯୋଗ୍ୟ, ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପାଖାପାଖି ୨୫ଟି ନଗର ଓ ଗାଁର ନାଁକୁ ପରିବର୍ତ୍ତନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି। ଆହୁରି ମଧ୍ୟ କେତେକ ପ୍ରସ୍ତାବ ପଡି ରହିଛି। ଯେଉଁଥିରେ ପଶ୍ଚିମବଙ୍ଗର ନାଁରେ ପରିବର୍ତ୍ତନ କରାଯିବାକୁ ମଧ୍ୟ ପ୍ରସ୍ତାବ ରହିଛି।