ବନ୍ଦ ହେଲା ଋଷିକେଶର ପ୍ରସିଦ୍ଧ ଲକ୍ଷ୍ମଣ ଝୁଲା ପୋଲ

0

ଋିଷିକେଶ.୧୨/୭ : ଗଙ୍ଗା କୂଳରେ ଥିବା ତୀର୍ଥ କ୍ଷେତ୍ର ଋଷିକେଶର ଏକ ଲାଣ୍ଡମାର୍କ ବା ପରିଚିତ ସ୍ଥାନ ହେଉଛି ଲକ୍ଷ୍ମଣ ଝୁଲା । ଗଙ୍ଗାନଦୀ କୂଳରେ ଏହି ଝୁଲନ୍ତା ବ୍ରିଜକୁ ପ୍ରାୟ ୯୦ ବର୍ଷ ତଳେ ତତକାଳୀନ ବ୍ରିଟିଶ ସରକାର ନିର୍ମାଣ କରିଥିଲେ । ଏହି ତୀର୍ଥକ୍ଷେତ୍ରକୁ ଆସୁଥିଲେ ଲୋକମାନେ ଏହି ବ୍ରିଜ ଦେଇ ଗଙ୍ଗାନଦୀ ପାରି ହୁଅନ୍ତି । କିନ୍ତୁ ଏବେ ଏହି ବ୍ରିଜକୁ ବନ୍ଦ କରିଦିଆଯାଇଛି । ଏହି ପୁରୁଣା ବ୍ରିଜଟି ଭାଙ୍ଗିରୁଜି ଯାଇଥିବାରୁ ଆଉ ମରାମତି କରିବା ସମ୍ଭବ ନୁହେଁ ବୋଲି ରାଜ୍ୟର ପୂର୍ତ୍ତ ବିଭାଗ ରିପୋର୍ଟ ଦେବା ପରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।

୧୯୨୯ ମସିହାରେ ଏହି ଝୁଲା ପୋଲକୁ ବ୍ରିଟିଶ ସରକାର ନିର୍ମାଣ କରିଥିଲେ । ଏହା ଉତ୍ତରାଖଣ୍ଡର ତେହେରି ଜିଲ୍ଲାକୁ ପୌରୀ ଜିଲ୍ଲାର ଜୋଙ୍କ ସହିତ ଯୋଡିଥାଏ । ସହରର ଏହା ଏକ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ଥିଲା ।

SBI AD
Leave A Reply

Your email address will not be published.