ଜାମ୍ମୁ-କାଶ୍ମୀର, ୬/୧୦: ଜାମ୍ମୁ-କାଶ୍ମୀରର ରାମବନ ଜିଲ୍ଲା ଅନ୍ତର୍ଗତ ବନିହାଲଠାରେ ଏକ ଯାତ୍ରୀବାହୀ ବସ ଘାଟି ତଳୁ ଖସି ପଡିଛି । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ସୂଚନା ମିଳିଛି । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହାତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶିର ଘୋଷଣା କରାଯାଇଛି । ସୂଚନା ମୁୁତାବକ ଜାମ୍ମୁ କାଶ୍ମୀରର ବନିହାଲରୁ ଶନିବାର ସକାଳୁ ଏକ ଯାତ୍ରୀ ବାହୀ ବସ କେଲା ମାନ୍ଥ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ବସଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା ।