ବସ ଭଡ଼ା କିଲୋମିଟର୍‌ ପିଛା ୨ ପଇସା କମିଲା

0

ଭୁବନେଶ୍ୱର, ୧୨/୧୨: ପୁଣି କମିଲା ବସ ଭଡ଼ା। ଡିଜେଲ ଦର କମିବାରୁ ରାଜ୍ୟରେ ବସ ଭଡ଼ା କମିଛି। ସାଧାରଣ ବସ ଭଡ଼ା କିଲୋମିଟର୍‌ ପିଛା ମାତ୍ର ୨ ପଇସା କମିଛି। ଭଡ଼ା କମିବା ପରେ ଏବେ ଦର ୭୦ ପଇସାରୁ ୬୮ ପଇସାକୁ ହ୍ରାସ ପାଇଛି। ଠିକ ସେହିପରି ଏକ୍ସପ୍ରେସ ବସ ଭଡ଼ା କିଲୋମିଟର୍‌ ପିଛା ୭୩ ପଇସାରୁ ଖସି ୭୧ ପଇସା ହୋଇଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ର କିଲୋମିଟର୍‌ ପିଛା ଭଡ଼ା ୪ ପଇସା କମିଛି। ଡିଲକ୍ସ ବସ ଭଡ଼ା ପୂର୍ବରୁ କିମି ପିଛା ୧୦୧ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୯୭ ପଇସା ହୋଇଛି। ସେହିପରି ଏସି ଡିଲକ୍ସ ବସର ଭଡ଼ା କିମି ୧୨୩ ପଇସାରୁ ୧୧୯ ପଇସାକୁ କମିଛି। ବସ ଭଡ଼ା ହ୍ରାସ ନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଡିଜେଲ ଦର ବୃଦ୍ଧି ଘଟିଥିବାରୁ ରାଜ୍ୟରେ ବସ ଭଡ଼ା ବଢା ଯାଇଥିଲା। ଗତ କିଛି ଦିନ ହେଲା ଡିଜେଲ ଦର କମିଥିବାରୁ ରାଜ୍ୟ ସରକାର ଗତ କିଛିଦିନ ତଳେ ଭଡ଼ା କମାଇଥିଲେ।

SBI AD
Leave A Reply

Your email address will not be published.