ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦେଲେ ଗୀତା ମେହେଟ୍ଟା

ଭୁବନେଶ୍ୱର,୧୬/୫ : ବାତ୍ୟା ଫନି ପ୍ରଭାବରେ ଛାରଖାର ହୋଇଯାଇଥିବା ଓଡିଶାକୁ ପୁଣିଥରେ ଗଢିତୋଳିବା ପାଇଁ ସହାୟତାର ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା । ଆମେରିକାରେ ରହୁଥିବା ଗୀତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇଥିବା ନେଇ ସୂଚନା ମିଳିଛି । ପେଶାରେ ଲେଖିକା ଥିବା ଗୀତା ଏବେ ପରିବାର ସହ ଆମେରିକାରେ ରହୁଛନ୍ତି ।

ବାତ୍ୟା ଫନି ପରେ ଓଡିଶାକୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିବା ପରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ଗୀତା । ସାଧାରଣ ନିର୍ବାଚନ ପୂର୍ବରୁ ଗୀତା ଓଡିଶା ଆସିଥିଲେ । କେବଳ ଗୀତା ନୁହେଁ ଏହା ପୂର୍ବରୁ ଓଡିଶାକୁ ଅନେକ ଷ୍ଟାର ସେଲିବ୍ରିଟି ସହାୟତାର ହାତ ବଢାଇଛନ୍ତି । ଦେଶ ଓ ବିଦେଶରୁ ହଜାର ହଜାର ଲୋକ ରାଜ୍ୟ ସରକାର ଖୋଲିଥିବା େଓ୍ଵବସାଇଟରେ ସହାୟତା ରାଶି ପଠାଉଛନ୍ତି ।