କଟକ , ୨/୧୨: ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନୀଲ ସାହୁଙ୍କୁ ହତ୍ୟା କରିବା ଅଭିଯୋଗରେ ଶନିବାର ରାତିରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ଜେରା ବେଳେ ତ୍ରିକୋଣୀୟ ପ୍ରେମ ହିଁ ଗୁଳିକାଣ୍ଡ ପ୍ରମୁଖ କାରଣ ବୋଲି ପୋଲିସ୍ ସୂଚନା ଦେଇଛି। ଏହାସହ ଗିରଫ ଅଭିଯୁକ୍ତଙ୍କୁ ଧରି ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଛି। ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନାଯୋଗ୍ୟ ଗତ ୨୫ରେ ବାରଙ୍ଗର ଗୋଡି ସାହି ନିକଟରେ ଗୁଳିକାଣ୍ଡ ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲ। ଯୁବକ ଜଣଙ୍କ ବାଇକରେ ଯାଉଥିବାବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ।