ବର୍ତ୍ତମାନ ବଲିଉଡ୍ରେ ପୌରାଣିକ ଓ ଐତିହାସିକ କଥାବସ୍ତୁକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି ଯାହା ଦର୍ଶକଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବିଗତ କିଛି ସପ୍ତାହ ପୂର୍ବରୁ ରିଲିଜ ହୋଇଥିବା ବଲିଉଡ୍ ଫିଲ୍ମ ‘ମଣିକର୍ଣ୍ଣିକା’। ସେହିପରି ଏବେ ଟଲିଉଡ୍ରେ ଏଭଳି ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଯାହାର ନାଁ ରହିଛି ‘ମହାବୀର କର୍ଣ୍ଣ’ । ତେବେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ସାଉଥ୍ ସୁପରଷ୍ଟାର ବିକ୍ରମ । ବିକ୍ରମ ନିଜ ଅଭିନୟ ଦ୍ୱାରା ଉଭୟ ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀରେ ବେଶ୍ ଜଣାଶୁଣା । ଖାଲି ଅଭିନୟ ନୁହେଁ ବିକ୍ରମଙ୍କ ଷ୍ଟାଇଲ୍ ମଧ୍ୟ ଥାଏ ହଟ୍କେ ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି । ବିକ୍ରମଙ୍କ ଫିଲ୍ମ ‘ସେତୁ’ ଯାହାର କପିରାଇଟ୍ ଥିଲା ବଲିଉଡ୍ର ‘ତେରେ ନାମ୍’ଯାହା ସଲମାନଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ୩୦୦ କୋଟିରେ ନିର୍ମାଣ ହେବାକୁ ଥିବା ଏହି ଫିଲ୍ମରେ ସ୍ମାର୍ଟ ଟେକ୍ନିକ୍ର ବ୍ୟବହାର କରାଯାଇଛି । ତେବେ ଏହି ଟେକ୍ନିସିଆନ୍ ସବୁ ବିଦେଶର ବୋଲି ଜଣାପିଡ଼ିଛି । ସେପଟେ ଫିଲ୍ମଟି ଚଳିତ ବର୍ଷ ରିଲିଜ ହେବାକୁ ସ୍ଥିର ହେବାକୁ ଥିବାବେଳେ ଫିଲ୍ମର ଶୁଟିଂ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହେବା କାରଣରୁ ଏବେ ଫିଲ୍ମଟି କେବେ ରିଲିଜ ହେବ ତାକୁ ନେଇ ଦ୍ୱନ୍ଦ ଦେଖାଯାଇଛି । ସୁପରହିଟ୍ ଫିଲ୍ମ ବାହୁବଳି ପରି ଏହି ଫିଲ୍ମଟି ହିଟ୍ ହେବାର ଆଶା ରଖିଛନ୍ତ ଫିଲ୍ମର ନିର୍ଦ୍ଦଶକ ଆର୍.ଏସ୍ ବିମନ । ୟୁନାଇଟେଡ୍ ଫିଲ୍ମ କିଙ୍ଗଡମ୍ ଫିଲ୍ମ ‘ମହାବୀର କର୍ଣ୍ଣ’ର ପ୍ରଯୋଜନା ଭାର ସମ୍ଭାଳିଛି ।