କୀଟ ପତଙ୍ଗରେ ଅଧିକ ମାତ୍ରାରେ ପ୍ରୋଟିନ୍ ଥାଏ ବୋଲି ସଂଯୁକ୍ତ ରାଷ୍ଟ୍ର ତାର ଏକ ରିପୋର୍ଟରେ କହିଥିଲା । ଏହି ରିପୋର୍ଟରୁ ଫ୍ରାନ୍ସର ଜଣେ ସେଫ୍ ଏତେମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ, ସେ ତାଙ୍କ ରେସ୍ତୋରାଁରେ କୀଟପତଙ୍ଗ ପରଷିବାକୁ ଲାଗିଲା । ଫ୍ରାନ୍ସର ପାହାଡିଆ ଅଞ୍ଚଳରେ ଥିବା ଏକ ରେସ୍ତୋରାଁର ଏଲି ଡାଭିରନ୍ ନାମକ ଜଣେ ୨୬ ବର୍ଷୀୟ କୁକ୍ଙ୍କୁ ଏହି ରିପୋର୍ଟ ଏତେ ପସନ୍ଦ ଆସିଥିଲା ଯେ, ସେ ଏବେ ତାଙ୍କ ରେସ୍ତୋରାଁର ଗ୍ରାହକମାନଙ୍କୁ ‘ଦ ନେକେଡ୍ ଲଞ୍ଚ’ ‘ଲେ ଫେଷ୍ଟିନ୍ ନୁ’ରେ ଚିକେନ୍ ଟିMା ଓ ଚିଲି ହଟ୍ଡଗ୍ ପରଷିବା ସହ ବିଛା ଓ ଝିଣ୍ଟିକାରେ ବିଭିନ୍ନ ଆଇଟମ୍ ପରଷୁଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ମଧ୍ୟରେ ଏଲି ଥାଇଲାଣ୍ଡରୁ କିଲୋପ୍ରତି ୫୦୦ ୟୁରୋରେ କୀଟପତଙ୍ଗ ଆଣିବାକୁ ଲାଗିଲା । ଏହାପରେ ସେ କୀଟପତଙ୍ଗରେ ୫ ପ୍ରକାର ବିଶେଷ ବ୍ୟଞ୍ଜନ ପ୍ରସ୍ତୁତ କଲା । ଏହି ଡିସ୍ଗୁଡ଼ିକ ପାଇଁ ଜଣକୁ ୯.୫୦ ଡଲାରରୁ ୧୨.୫୦ ଡଲାର ମଧ୍ୟରେ ଖର୍ଚ୍ଚ କରିବାକୁ ହୋଇଥାଏ । ସେ କୀଟପତଙ୍ଗର ରେସିପିଗୁଡ଼ିକୁ ସର୍ଭ କରିବାଠାରୁ ତାର ଗ୍ରାହକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଯାଇଥିଲା ବୋଲି ଏଲି କହିଛନ୍ତି ।