ବିଜୁବାବୁଙ୍କ ଡାକୋଟା ବିମାନକୁ ନେଇ ବିଜେଡିକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୬/୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବହୁଚର୍ଚ୍ଚିତ ଡାକୋଟା ବିମାନ ନିଲାମ ଉଦ୍ୟମକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି। କୋଲକତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ଧରି ପଡ଼ି ରହିଥିବା ଏହି ବିମାନକୁ ଓଡ଼ିଶା ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ହେଲେ ଏବେ ଏହାକୁ ଲୁହା ଦରରେ ନିଲାମ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ ବିଜ୍ଞପ୍ତି ଜାରି କରିଛି। ଏହାକୁ ନେଇ ଆଜି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଉପରେ ବର୍ଷିବା ସହିତ ବିଜେଡିର ବିଜୁ ପ୍ରେମ ଉପରେ ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଓଡ଼ିଶାର ସ୍ୱାଭିମାନ ପାଇଁ ଆମେ ଡାକୋଟା ବିମାନ ଓଡ଼ିଶା ଆଣିବୁ।”

ସେପଟେ ଡାକୋଟା ନିଶ୍ଚିତ ଓଡ଼ିଶା ଆସିବ ବୋଲି ବିଜେଡି କହିଛି। ଦଳର ମୁଖପାତ୍ର ସମୀର ଦାଶ କହିଛନ୍ତି, “ଜାଣିଶୁଣି ବିଭ୍ରାନ୍ତିକର ଭାବେ ଏହାକୁ ପ୍ରଚାର କରାଯାଉଛି। ବିଜୁ ବାବୁଙ୍କ ସ୍ମୃତି ରକ୍ଷା ପାଇଁ ଡାକୋଟାକୁ ଆଣିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି। ଖୁବଶୀଘ୍ର ଓଡ଼ିଶାବାସୀ ଦେଖିବେ ଡାକୋଟା ବିମାନ ଓଡ଼ିଶା ଆସିବ।”