ଭୁବନେଶ୍ୱର, ୧୪/୧: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା । ଝାରସୁଗୁଡାର କଂଗ୍ରେସ ବିଧାୟକ ନବ ଦାସ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଚାଲିଛି। ବିଜେଡିରେ ସାମିଲ ହେବା ନେଇ ଇଙ୍ଗିତ ଦେଇଛନ୍ତି ନବ। ରବିବାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ମୁଁ ଅଫିସିଆଲି କଂଗ୍ରେସରୁ ଇସ୍ତଫା ଦେଇନାହିଁ କି ବିଜେଡିରେ ଯୋଗଦେଇନାହିଁ, ଲୋକେ ଯାହା ଚାହୁଁଛନ୍ତି ତାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବିି। କଂଗ୍ରେସ ଛାଡିବା ପଛରେ କୌଣସି କାରଣ ନାହିଁ ବୋଲି କହିିଥିଲେ। ଏହାପରେ ସେ ବିଜେଡିରେ ଯୋଗଦେବା ନେଇ ଆଲୋଚନା ଚାଲିଛି। ସୂଚନାଯୋଗ୍ୟ, ନବ କିଛିଦିନ ଧରି ଦଳୀୟ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସପରିବାର ଭେଟିଥିବା ଜଣାପଡ଼ିଥିଲା । ଏଣୁ ସେ ବିଜେଡିରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଆସୁଛି। ନବଙ୍କ ପରେ ସାଲେପୁର ବିଧାୟକ ପ୍ରକାଶ ବେହେରା ମଧ୍ୟ ଖୁବଶୀଘ୍ର ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି। ସୋମବାର ବିଜେଡିରେ ଯୋଗଦେବା ନେଇ ଇସାରା ଦେଇଛନ୍ତି । ସେ କହିଛନ୍ତି, ବିଜେଡି ଭଲ କାମ କରୁଛି। ଆଗାମୀ ନିର୍ବାଚନ ଲଢିବି କି ନାହିଁ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ। ତେବେ କେଉଁ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେବେ ତାହା ସେ କହିନାହାନ୍ତି ।