ମୁମ୍ବାଇ,୨୭/୩: ୨୦୧୯ ସାଧାରଣ ନିର୍ବାଚନ ନିକଟତର ହେଉଛି । ସବୁ ରାଜନୈତିକ ଦଳରେ ମିଶ୍ରଣ ପର୍ବ ଏବେ ମଧ୍ୟ ଜାରି ରହିଛି । ଦଳ ପକ୍ଷରୁ ଟିକେଟ ବଣ୍ଟନ କାର୍ଯ୍ୟ ଚାଲିଛି । ଲୋକସଭା ନିର୍ବାଚନ ପାଇଁ ବଲିଉଡ଼ ତାରକା ଦଳରେ ଯୋଗ ଦେଉଥିବା ବେଳେ ବର୍ତ୍ତମାନ ସନ୍ନି ଦେଓଲଙ୍କ ନାଁ ସାମନାକୁ ଆସିଛି । ସେ ଖୁବଶ୍ରୀଘ୍ର ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି ।
ନିକଟରେ ନିର୍ବାଚନ ଲଢିବା ପାଇଁ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି ବଲିଉଡ଼ ତାରକା । ଲୋକସଭା ନିର୍ବାଚନ ପାଇଁ ବର୍ତ୍ତମାନ ସନ୍ନି ଦେଓଲଙ୍କ ନାଁ ସାମନାକୁ ଆସିଛି । ସେ ଖୁବଶ୍ରୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସହ ତାଙ୍କୁ ବିଜେପି ପକ୍ଷରୁ ଗୁରଦାପୁର ପାଇଁ ଟିକେଟ ଦିଆଯିବ । କିନ୍ତୁ ସନ୍ନି ବିଜେପିରେ ଯୋଗ ଦେବେ କି ନାହିଁ ଓ କେବେ ଯୋଗ ଦେବେ ସେନେଇ କୈାଣସି ସୂଚନା ମିଳିନାହିଁ ।
ବିଜେପିର ପ୍ରାର୍ଥୀ ତଥା ଅଭିନେତା ବିନୋଦ ଖାନ୍ନା ଗୁରଦାପୁରରେ ଚାରି ଥର ସାଂସଦ ହୋଇସାରିଛନ୍ତି । ୨୦୧୭ରେ ବିନୋଦଙ୍କ ମୃତ୍ୟୁ ପରେ ଏହି ସିଟ କଂଗ୍ରେସ ଆୟତରେ ରହିଛି । ଉପନିର୍ବାଚନରେ ସେହି ସିଟ କଂଗ୍ରେସର ସୁନିଲ ଜାଖରଙ୍କୁ ମିଳିଛି । ରାଜନୀତି ସହ ସନ୍ନିଙ୍କ ପିତା ଧର୍ମେନ୍ଦ୍ର ଓ ସାବତ ମାଁ ହେମାମାଳିନୀଙ୍କ ଅଭିଜ୍ଞତା ରହିଛି । ସନ୍ନି ମଧ୍ୟ ୨୦୦୪ରେ ରାଜସ୍ଥାନର ବିକାନେରରେ ନିର୍ବାଚନ ଲଢି ଜିତିଥିଲେ ।