ରାଜସ୍ଥାନ ,୨/୧୨: କଂଗ୍ରେସର ଷ୍ଟାର ପ୍ରଚାରକ ନବଜୋତ ସିଂହ ସିଦ୍ଧୁ ଆଜି ରାଜସ୍ଥାନରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ ବିଜେପି ଓ ନରେନ୍ଦ୍ର ମୋଦିଙ୍କର କଟୁ ସମାଲୋଚନା କରିଛନ୍ତି। ରାଜସ୍ଥାନର କୋଟାରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେବା ଅବସରରେ କଟାକ୍ଷ କରିବାକୁ ଯାଇ କହିଛନ୍ତି ଯେ କଂଗ୍ରେସ ଦେଶକୁ ଓ ଦେଶବାସୀଙ୍କୁ ଚାରି ଜଣ ଗାନ୍ଧୀଙ୍କୁ ଦେଇଛି। ସେମାନେ ହେଲେ – ଇନ୍ଦିରା ଗାନ୍ଧୀ , ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ। ସେହିପରି ବିଜେପି ଦେଶବାସୀଙ୍କୁ ତିନି ଜଣ ମୋଦିଙ୍କୁ ମଧ୍ୟ ଦେଇଛି। ସେମାନେ ହେଲେ – ନିରବ ମୋଦି , ଲଳିତ ମୋଦି ଏବଂ ନରେନ୍ଦ୍ର ମୋଦି ଯିଏକି ବସିଛନ୍ତି ଅମ୍ବାନୀ କୋଳରେ। ଗତକାଲି ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଚୌକିଦାରଙ୍କ କୁକୁର ବି ଚୋର’ କହି କଟାକ୍ଷ କରିଥିବା ବେଳେ ତିନି ମୋଦି କଥା କହି କଟାକ୍ଷ କରିଛନ୍ତି।
