ବିଜ୍ଞାପନରେ ମୋଦି ଖର୍ଚ୍ଚ କରିଛନ୍ତି ୩ହଜାର ୪୪ କୋଟି : ମାୟାବତୀ

ଲକ୍ଷ୍ନୌ,୧୬/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିଜ୍ଞାପନରେ ପ୍ରାୟ ୩ହଜାର ୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଏସ୍‌ପି ମୁଖ୍ୟ ଶୁଶ୍ରୀ ମାୟାବତୀ। ସେ କହିଛନ୍ତି ମୋଦି ଯେଉଁ ଗଦାଗଦା ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି ତାକୁ ଯଦି ସେ ଉତ୍ତର ପ୍ରଦେଶ ଭଳି କିଛି ପଛୁଆ ଗାଁର ପିଲାଙ୍କ ପାଠପଢା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରିଥାଆନ୍ତେ ତେବେ ଭଲ ହୋଇ ଥାଆନ୍ତା ବୋଲି ସେ ମତ ଦେଇଛନ୍ତି। ମାୟାବତୀ ଟୁଇଟ୍‌ କରି କହିଛନ୍ତି କି ଭାଜପା ପାଇଁ ସାଧାରଣ ଜନତାଙ୍କ ଟଙ୍କା ମୂଲ୍ୟବାନ୍‌ ନୁହେଁ ବରଂ ତାଙ୍କ ପାଇଁ ଦଳର ବିଜ୍ଞାପନ ବେଶୀ ମୂଲ୍ୟବାନ୍‌।