ବିଜୟଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଲ୍ଲୀପ !

0

ଭୁବନେଶ୍ୱର,୪/୪ : ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବେ ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ । ସେ ଏନେଇ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।

ରାଉରକେଲାରେ ଗଣମାଧ୍ୟମକୁ ସୂଚନା ଦେଇ ଦିଲ୍ଲୀପ କହିଛନ୍ତି ଯେ, ବିଜୟ ହେଉଛନ୍ତି ତାଙ୍କ ବନ୍ଧୁ । ସେ ତାଙ୍କ ପାଇଁ ପ୍ରଚାର କରିବେ । ଯଥା ସମ୍ଭବ ସାହାଯ୍ୟ କରିବେ । ସେ ଆହୁରି କହିଛନ୍ତି ଯେ, ରାଉରକେଲାରେ ଯିଏ ବିଜୟ ଲାଭ କରିବ ତାଙ୍କ ସହ ମିଶି କାମ କରିବେ । ତେବେ ସେ କୌଣସୀ ଦଳରେ ଯୋଗଦେବେ ନାହିଁ । ଏହାସହ ରାଉରକେଲାର ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଏବଂ ଆଇଜିଏଚ ହସ୍ପିଟାଲ ପାଇଁ ସଂଗ୍ରାମ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.