ବିଜୟ ଓ ଦିଲ୍ଲୀପ୍‌ଙ୍କୁ ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଲେ ଦାମ

ଭୁବନେଶ୍ୱର,୧/୧୨ : ବରିଷ୍ଠ ନେତା ଦାମୋଦର ରାଉତ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ମୌକା ଖୋଜୁଛନ୍ତି। ବିଜେପି ଛାଡିବା ପରେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଙ୍କୁ ଦାମୋଦର ରାଉତ ସାଥି ବନେଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପରିବର୍ତ୍ତନ ପାଇଁ ଦୁଇଜଣଙ୍କୁ ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଦାମ ରାଉତ ମେସେଜ କରି ତାଙ୍କ ପାର୍ଟିର ଦ୍ୱାର ଏହି ଦୁଇନେତାଙ୍କ ପାଇଁ ଖୋଲା ଥିବା କହିଛନ୍ତି

ବିଜେଡିରୁ ବିଦା ହେବା ପରେ ୨୦୧୯ରେ ବିଜେଡିକୁ କଡା ଟକ୍କର ଦେବାପାଇଁ ନୂଆ ଦଳ ଗଢିଥିବା ଦାମୋଦର ରାଉତ ଏବେ ସାଥି ଖୋଜୁଛନ୍ତି। ଠିକ ଏତିକି ବେଳେ ତାଙ୍କର ପୁରୁଣା ସାଥି ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେପି ଛାଡିବା ଦାମଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି । ଉଭୟଙ୍କୁ ବିଜୁ ସମତାକ୍ରାନ୍ତିରେ ସାମିଲ ହେବା ପାଇଁ ସେ ଆହ୍ଵାନ୍‌ କରିିଛନ୍ତି । ମେସେଜ ପଠାଇ ଏହି ନିମନ୍ତ୍ରଣ ଦେଇଛନ୍ତି ଦାମ । ଦାମଙ୍କ କହିବା କଥା ହେଲା ଯିଏ ପରିବର୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ।