ବିଜୟ ମାଲ୍ୟା ଋଣ ସୁଝିବାକୁ ରାଜି ହେଲେ

ନୂଆଦିଲ୍ଲୀ, ୫/୧୨: ଭାରତୀୟ ବ୍ୟାଙ୍କ୍‌ଗୁଡିକରୁ ଋଣ ନେଇ ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଋଣ ସୁଝିବା ପାଇଁ ଶେଷରେ ରାଜି ହୋଇଛନ୍ତି। ଋଣ ପ୍ରତିଶୋଧ କରିବାକୁ ରାଜି କିନ୍ତୁ ସୁଧ ଦେବାକୁ ଅସମର୍ଥ ବୋଲି ଟୁଇଟ କରି କହିଛନ୍ତି। ଭାରତରେ ୩ ଦଶନ୍ଧି ଧରି କିଙ୍ଗଫିସର କମ୍ପାନୀ ବ୍ୟବସାୟ କରିଆସୁଛିି। ଏସମୟରେ ସରକାରଙ୍କୁ ଶତ ପ୍ରତିଶତ ଟିକସ ପ୍ରଦାନ ମଧ୍ୟ କରୁଥିଲା। କମ୍ପାନୀ ବୁଡିଯିବାରୁ ଋଣ ପ୍ରତିଶୋଧ କରିବାରେ ଅସମର୍ଥ ବୋଲି ସେ କହିଛନ୍ତି। ଶତପ୍ରତିଶତ ମୂଳଧନ ଫେରାଇ ଦେବାକୁ ରାଜି ଥିଲେ ମଧ୍ୟ ଭାରତ ସରକାର ତାଙ୍କ ପକ୍ଷପାତିତା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମାଲ୍ୟାଙ୍କ ନାଁରେ ଭାରତର ବିଭିନ୍ନ ବ୍ୟାଙ୍କରେ ୯ ହଜାର କୋଟି ଟଙ୍କା ଋଣ ନେଇଥିବା ଅଭିଯୋଗ ହୋଇଛି। ଋଣ ନେଇ ମାଲ୍ୟା ଲଣ୍ଡନ ପଳାଇଛନ୍ତି। ଲଣ୍ଡନର ଏକ କୋର୍ଟରେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଶୁଣାଣି ଚାଲୁ ରହିଛି।

SBI_Festive_Digital Billboard