ବିନ୍ଦୁସାଗରରେ ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଉଦ୍‌ଘାଟନ୍‌ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବହୁପ୍ରତିକ୍ଷିତ ବିନ୍ଦୁସାଗରରେ ଲେଜର୍‌ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏକାମ୍ର କ୍ଷେତ୍ରର ବିନ୍ଦୁସାଗରରେ ନିର୍ମିତ ଏହି ପ୍ରକଳ୍ପର ଉଦ୍‌ଘାଟନୀ ସନ୍ଧ୍ୟାରେ ଦର୍ଶକମାନେ ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି।