ବିବାହର ୬ ମାସରେ ନେହା ହେଲେ ମା’

ବଲିଉଡ ଅଭିନେତ୍ରୀ ନେହା ଧୂପିଆ ଓ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ ନିକଟରେ କନ୍ୟା ସନ୍ତାନର ଜନକ-ଜନନୀ ସାଜିଛନ୍ତି । ମମ୍ବାଇର ଖାର ସ୍ଥିତ ଏକ ହସ୍ପିଟାଲରେ ନେହା ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା ନେହାଙ୍କ ବିବାହକୁ ମାତ୍ର ୬ ମାସ ହୋଇଥିବା ସେ ମା’ ସାଜିବା ସାଧାରଣରେ ଭùକୁଞ୍ଚନ ସୃଷ୍ଟି କରିଛି । ମେ’ ୨୦୧୮ରେ ବିବାହ କରିଥିବା ନେହା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ବେବି ବମ୍ପର ଫଟୋ ସେୟାର କରି ଗର୍ଭବତୀ ଥିବାର ଘୋଷଣା କରିଥିଲେ । ନେହା ଗର୍ଭବତୀ ଥିବାରୁ ଅଙ୍ଗଦ ଏବଂ ନେହା ଲୁଚିଛପି ବିବାହ କରିଥିଲେ ବୋଲି ଖବର ମିଳିଥିଲା । କି;ୁ କିଛି ଦିନ ପୂର୍ବରୁ ଏକ ରିଆଲିଟି ଶୋ’ରେ ଅଙ୍ଗଦ ନଜେ ସ୍ୱୀକାର କରିଥିଲେ ଯେ ନେହା ବିବାହ ପୂର୍ବରୁ ଗର୍ଭବତୀ ଥିଲେ, ଏହି ବିଷୟରେ ସେମାନେ ନିଜ ପରିବାର ଲୋକଙ୍କ କହିବାରୁ ତାଙ୍କୁ ବହୁ ଗାଳି ଶୁଣିବାକୁ ପଡିଥିଲା । ସେଥିପାଇଁ ତାଙ୍କୁ ଗୁପଚୁପ୍‌ ବିବାହ କରିବାକୁ ପଡ଼ିଥିଲା ।