ବିବାହ ବନ୍ଧନରେ ଯୋଡି ହେଲେ ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ଓ କଶ୍ୟପ

ନୂଆଦିଲ୍ଲୀ,୧୪/୧୨ : ବ୍ୟାଡମିଣ୍ଟନ ତାରକା ଖେଳାଳି ସାଇନା ନେହୱାଲ ଓ ପି କଶ୍ୟପ ଶୁକ୍ରବାର ବିବାହ ବନ୍ଧରେ ବାନ୍ଧି ହୋଇଛନ୍ତି। ସାଇନା ଓ କଶ୍ୟପ ରେଜିଷ୍ଟରୀ ମ୍ୟାରେଜ ପୂରା କରିବା ପରେ ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ରୀତି ନୀତି ମୁତାବକ ବିବାହ ଡିସେମ୍ବର ୧୬ରେ ହେବ । ଏହି ଦିନ ସନ୍ଧ୍ୟାରେ ହିଁ ହାଇଦ୍ରାବାଦରେ ରିସେପସନ ଆୟୋଜିତ ହେବ।

ସାଇନା କଶ୍ୟପଙ୍କ ସହିତ ସୋସିଆଲ ମିଡ଼ିଆରେ ଫୋଟ ସେୟାର କରି ଲେଖିଛନ୍ତି, ମାଇଁ ବେଷ୍ଟ ମ୍ୟାଚ୍ ଅଫ ମାଇ ଲାଇଫ… ଜଷ୍ଟ ମ୍ୟାରେଡ। ଅର୍ଥାତ ମୋ କ୍ୟାରିୟରର ସବୁଠୁ ଭଲ ମ୍ୟାଚ୍। ଏବେ ମୁଁ ବିବାହ ବନ୍ଧନରେ ବାନ୍ଧି ହୋଇଛି। ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ ଖେଳାଳି ୧୦ ବର୍ଷ ହେବ ସମ୍ପର୍କରେ ଥିଲେ, ମାତ୍ର ଏହାକୁ ସେମାନେ ଗୋପନୀୟ ରଖିଥିଲେ। ଉଭୟ ଚଳିତ ବର୍ଷ ନିଜର ସଂପର୍କକୁ ସାର୍ବଜନୀନ କରିଥିଲେ।

ସାଇନାଙ୍କ ବିବାହ ଘୋଷଣାର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର ୧୩ ରେ ରେସଲର ଦିନେଶ ଫୋଗାଟ ଓ ସୋମବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କଶ୍ୟପଙ୍କ ସହ ନିଜର ସଂପର୍କ ବିଷୟରେ ସାଇନା କହିଛନ୍ତି ଯେ ସେ ଦୁହେଁ ୨୦୦୭-୦୮ରୁ ବିଦେଶ ଯାତ୍ରାରେ ସାଥିରେ ଯାଉଥିଲେ । ଦୁହେଁ ସାଥିରେ ଟ୍ରେନିଙ୍ଗ ନେଲେ , ଖେଳିଲେ ଓ ଧୀରେ ଧୀରେ ଦୁହେଁ ଜଣେ ଅନ୍ୟ ଜଣଙ୍କର ମ୍ୟାଚ୍ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ। ଜଣେ ଅନ୍ୟ ଜଣଙ୍କର ମ୍ୟାଚ୍ ବିଷୟରେ କଥା ହେଉ ହେଉ ଉଭୟଙ୍କ ମନ ମଧ୍ୟରେ ପରସ୍ପର ପ୍ରତି ଭଲ ପାଇବା ଅଙ୍କୁରିତ ହୋଇଥିଲା।

ସାଇନା ଏହା ମଧ୍ୟ କହିଛନ୍ତି ଯେ ସେ ବିବାହ ବିଷୟରେ କେବେ ଚିନ୍ତା ମଧ୍ୟ କରିନଥିଲେ କାରଣ ଦୁହେଁ ନିଜ ନିଜର କ୍ୟାରିୟରକୁ ନେଇ ବହୁତ ବ୍ୟସ୍ତ ଥିଲେ। ସେମାନଙ୍କ ପାଇଁ ଟୂର୍ଣ୍ଣାମେଣ୍ଟ ଜିତିବା ଜରୁରୀ ଥିଲା, ତେଣୁ ଉଭୟ ନିଜର ଧ୍ୟାନ ବିବାହ ଉପରେ ଦେଇନଥିଲେ।