ସାଧାରଣତଃ ଦମ୍ପତି ତାଙ୍କ ବିବାହ ଉତ୍ସବରେ ପରସ୍ପରକୁ ଅନାମିକା ଆଙ୍ଗୁଳିରେ ମୁଦି ପିନ୍ଧାଇ ଥାନ୍ତି । ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ଚାଲି ଆସୁଛି । କୁହାଯାଏ, ଏହି ପରମ୍ପରା ବହୁ ପ୍ରାଚୀନ । ମହିଳାମାନଙ୍କ ବାମ ହାତ ଓ ପୁରୁଷମାନଙ୍କ ଡାହାଣ ହାତର ଅନାମିକା ଆଙ୍ଗୁଳିର ଶିରା ହୃଦୟ ସହିତ ଯୋଡ଼ି ହୋଇଥାଏ । ତେଣୁ ଏହି ଶିରାକୁ ଭଲ ପାଇବାର ଶିରା ଭାବେ ମଧ୍ୟ ନାମିତ କରାଯାଇଛି । ତେଣୁ ବିବାହ ବେଳେ ପୁଅ ଝିଅ ପରସ୍ପରକୁ ଅନାମିକା ଆଙ୍ଗୁଳିରେ ମୁଦି ପିନ୍ଧାଇଥାନ୍ତି ।