ଭୋଳା ଶଙ୍କର ତଥା ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଲୋକେ ଶିବଙ୍କ ପୂଜା-ଆରଧନା କରିବା ସହ କ୍ଷୀର, ବେଲପତ୍ର, ଫୁଲ ଚଢେଇବାରେ ଲାଗିଥାନ୍ତି । ନିକଟରେ ଶିବରାତ୍ରି ଅବସରରେ ମହାଦେବଙ୍କୁ ଏକ ଭିନ୍ନ ଭେଟି ଦେଇ ଆରଧାନା କରିଛନ୍ତି ଗୁଜରାଟ୍ ବାସୀ । ମହାଶିବ ରାତ୍ରୀ ଉପଲକ୍ଷେ ଗୁଜରାଟର ଜୁନାଗଡ଼ରେ ବିଶ୍ୱର ସର୍ବୋଚ୍ଚ ରୁଦ୍ରାକ୍ଷ ଶିବଲିଙ୍ଗ ନିର୍ମାଣ କରାଯାଇଛି । ମହାଶିବରାତ୍ରି ଅବସରରେ ଜୁନାଗଡ଼ର ଭବନାଥ ମନ୍ଦିରର ଧ୍ୱଜାରୋହଣରେ ଏକ ଛୋଟ କୁମ୍ଭ ମେଳାର ଆୟୋଜନ କରାଯାଇଥିଲା । ଯାହାର ମୁଖ୍ୟ ଆକର୍ଷଣ ସାଜିଥିଲା ୫୧ଫୁଟ୍ ଉଚ୍ଚ ବିଶିଷ୍ଟ ରୁଦ୍ରାକ୍ଷ ଶିବଲିଙ୍ଗ । ଏହି ବୃହତ୍ତକାୟ ରୁଦ୍ରାକ୍ଷ ଶିବଲିଙ୍ଗଙ୍କୁ ଦେଖିବା ପାଇଁ ଲକ୍ଷାଧିକ ସଂଖ୍ୟକ ଭକ୍ତଙ୍କର ଭିଡ଼ ଏବେ ଜୁନାଗଡ଼ ଠାରେ ଜମିବାକୁ ଲାଗୁଛି । ଏହି ଶିବଲିଙ୍ଗଙ୍କ ଉପରେ ପଡ଼ିଥିବା ରୁଦ୍ରାକ୍ଷ ମାଳଟି ୫୧ଲକ୍ଷ ବିଶିଷ୍ଟ ରୁଦ୍ରାକ୍ଷରେ ପ୍ରସ୍ତୁତ କରାଯାଇଛି । ଶିବଲିଙ୍ଗକୁ ଦୂରରୁ ଦେଖିଲେ ଏହା ରୁଦ୍ରାକ୍ଷରେ ପ୍ରସ୍ତୁତି ବୋଲି ଜଣାପଡ଼ିବ ନାହିଁ, କି;ୁ ନିକଟରୁ ରୁଦ୍ରାକ୍ଷ ବାରି ହୁଏ । ଏହା ପୂର୍ବରୁ ରାଜସ୍ଥାନର ଯୋଧପୁର ସହରରେ ପ୍ରାୟ ୬୫କି.ମି ଦୂରରେ ଥିବା ପ୍ରସିଦ୍ଧ ସଚ୍ଚିୟାୟ ମାତା ମନ୍ଦିରରେ ୨୫ଲକ୍ଷ ରୁଦ୍ରାକ୍ଷରେ ୩୩ଫୁଟ୍ ବିଶିଷ୍ଟ ଶିବଲିଙ୍ଗ ନିର୍ମାଣ କରାଯାଇଥିଲା । ପୂର୍ବରୁ ଏହା ସର୍ବୋଚ୍ଚ ଶିବଲିଙ୍ଗ ଥିଲା, ଯାହାର ରେକର୍ଡ ଏବେ ବ୍ରେକ୍ କରିଛି ଜୁନାଗଡ଼ର ୫୧ବିଶିଷ୍ଟ ଶିବଲିଙ୍ଗ ।
