ବିଶ୍ୱକପ୍ ଛକା ସଂଖ୍ୟା ୩୦୦ ଟପିଲା

0

ବର୍ମିଂହାମ୍,୨/୭: ଆଇସିସି ବିଶ୍ୱକପର ଶୁଭାରମ୍ଭ ହୁଏତ ଧିମା ହୋଇଥିଲା, କିନ୍ତୁ ଏବେ ଟୁର୍ଣ୍ଣାମେଣ୍ଟର ଟପ୍ ଗିୟରରେ ଚାଲିଛି। ଗତ କିଛି ମ୍ୟାଚ୍ ବର୍ଷା ଯୋଗୁ ଧୋଇହୋଇ ଯିବା ପ୍ରଶଂସକଙ୍କୁ ନିରାଶ କରିଥିଲା। କିନ୍ତୁ ଏବେ ପୁଣିଥରେ ପ୍ରଶଂସକଙ୍କ ଭିତରେ ସେଇ ପୁରୁଣା ଜୋଶ୍ ଦେଖିବାକୁ ମିଳିଛି। ବିଶ୍ୱକପ୍ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ଏବଂ ଏହା ମଧ୍ୟରେ ଏକ ରେକର୍ଡ ସାମ୍ନାକୁ ଆସିଛି। ଚଳିତ ବିଶ୍ୱକପରେ ଛକାର ସଂଖ୍ୟା ୩୦୦ ଟପିଛି।

ମଙ୍ଗଳବାର ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ମୁକାବିଲାରେ ୩୦୦ ଛକା ପୂରଣ ହୋଇଛି। ଏହି ବିଶ୍ୱକପରେ ଇଂଲଣ୍ଡର ଇଆନ୍ ମୋର୍ଗାନ୍ ସର୍ବାଧିକ ଛକା ମାରିଛନ୍ତି। ସେ ୮ ମ୍ୟାଚରେ ୨୨ ଛକା ସହ ପ୍ରଥମ ସ୍ଥାନରେ ଅଛନ୍ତି। ଏହି ୨୨ ଛକା ମଧ୍ୟରୁ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଏକାକୀ ୧୭ ଛକା ମାରିଥିଲେ।

ମୋର୍ଗାନଙ୍କ ପରେ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ ୧୮ ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ରୋହିତ୍ ଶର୍ମା। ରୋହିତ୍ ୧୨ ଛକା ମାରିଛନ୍ତି। ଚଳିତ ବିଶ୍ୱକପରେ ସର୍ବାଧିକ ଛକା ଇଂଲଣ୍ଡ ଟିମ୍ ମାରିଛି।

ଇଂଲଣ୍ଡ ଏପର୍ଯ୍ୟନ୍ତ ୬୮ ଛକା ମାରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୪୭, ଅଷ୍ଟ୍ରେଲିଆ ୩୮, ଭାରତ ଓ ପାକିସ୍ତାନ ୨୭ ଲେଖାଏ, ଆଫଗାନିସ୍ତାନ ୨୨, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ୨୨ ଲେଖାଏ, ବାଂଲାଦେଶ ୧୭ ଏବଂ ଶ୍ରୀଲଙ୍କା ୧୪ ଛକା ମାରିଛି।

SBI AD
Leave A Reply

Your email address will not be published.