ବିଶ୍ୱର ବୃହତ୍‌ ଗୀତା

ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ସମସ୍ତ ଉପଦେଶ ଶ୍ରୀମଦ୍‌ ଭାଗବତ ଗୀତା ନାମରେ ପରିଚିତ । ତେବେ ଆପଣତ ଭଗବତ ଗୀତା ନିଶ୍ଚୟ ଦେଖିଥିବେ ଏବଂ ପଢିଥିବେ ମଧ୍ୟ । କି;ୁ ଦୁନିଆର ସବୁଠୁ ବଗୀତା ବିଷୟରେ ଆପଣ ଜାଣିଛନ୍ତି କି? ଏହି ଭଗବତ ଗୀତାର ଓଜନ ସୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଛ ତେବେ ଆସ;ୁ ଜାଣିବା ଦୁନିଆର ସବୁଠୁ ବଡ ଭଗବତ ଗୀତା ସମ୍ବନ୍ଧରେ ।
ଦୁନିଆର ସବୁଠୁ ବଡ ଭଗବତ ଗୀତା ଇଟାଲୀର ମିଲାନ ଶହରରରେ ନିର୍ମିତ ହୋଇଛି ଏବଂ ଏହାକୁ ସମୁଦ୍ରପଥ ଜରିଆରେ ଭାରତକୁ ଅଣାଯିବ । ଗୀତା ଜୟନ୍ତୀ ଅବସରରେ ଏହି ଭଗବତ ଗୀତାକୁ ଦିଲ୍ଲୀ ସ୍ଥିତ ଇସ୍କନ ମନ୍ଦିରରେ ଉନ୍ମୋଚନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଲୋକାର୍ପଣ କରିବେ । ମଦୀଙ୍କ ବ୍ୟତିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଇସ୍କନର ପ୍ରଭାରୀ ଗୋପାଳ କୃଷ୍ଣ ଗୋସ୍ୱାମୀ ମହାରାଜ ଏବଂ କୁରୁକ୍ଷେତ୍ରର ପ୍ରଭାରୀ ସାକ୍ଷୀ ଗୋପାଳ ଦାସ ମହାରାଜ ଯୋଗ ଦେବେ ।
ତେବେ ଇଟାଲୀର ଆକର୍ଷଣ ବିନ୍ଦୁ ସାଜିଥିବା ଏହି ଗୀତା ଏବେ ଭାରତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ୮୦୦ କିଲୋଗ୍ରାମ ଓଜନ ବିଶିଷ୍ଠ ଏହି ପୁସ୍ତକରେ ସମୁଦାୟ ୬୭୦ ପେଜ ରହିଛି । ଏହାକୁ ସସ୍କୃତ ଭାଷାରେ ଲେଖାଯାଇଛି ଛ ଏହାକୁ ନିର୍ମାଣ କରିବାକୁ ପାଖା ପାଖି ୨.୫ ବର୍ଷ ସମୟ ଲାଗିଥିଲା ।
ଏହି ପୁସ୍ତକର ଓଜନ ଏତେ ଅଧିକ ରହିଛି କି, ଏହାର ଗୋଟିଏ ପୃଷ୍ଠା ଓଲଟାଇବାକୁ ୪ ଜଣ ବ୍ୟକ୍ତିଙ୍କ ସହେଯାଗ ଆବଶ୍ୟକ ହେବ । ଏହାକୁ ର୍ନିମାଣ କରିବାକୁ ପାଖା ପାଖି ୧.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ମହାଗ୍ରନ୍ଥକୁ ଦିଲ୍ଲୀର ଇସ୍କନ ମନ୍ଦିରରେ ସ୍ଥାପନା କରାଯିବ । କି;ୁ ୨୦୨୦ ପରେ ଏହାକୁ କୁରୁକ୍ଷେତ୍ତ୍ରରେ ନିର୍ମାଣ ହେଉଥିବା ଶ୍ରୀକୃଷ୍ଣ-ଅର୍ଜୁନଙ୍କ ମନ୍ଦିରରେ ସ୍ଥାପନା କରାଯିବ । ଏହି ମହାଗ୍ରନ୍ଥକୁ ସିନ୍ଥେଟିକର ମଜବୁତ କାଗଜରେ ପ୍ରସ୍ତୁତ କରାଯାଇଛି । ଏଥିରେ ପ୍ଲାଟିନମ, ସୁନା ଏବଂ ରୁପା ଭଳି ଧାତୁ ଜଡିତ ଥିବା କୁହାଯାଉଛି । ଏହା ବ୍ୟତିତ ଏହି ମହା ଗ୍ରନ୍ଥର ମଲାଟକୁ ସ୍ୱର୍ଣ୍ଣିମ ଧାତୁରେ ପ୍ରସ୍ତୁତ କରାଯାଇଛି ।