ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଯଦି ଆମେ ସୁସ୍ଥ ନ ରହିବା ତେବେ ଭବିଷ୍ୟତରେ ତାହା ଆମ ପାଇଁ ଚିନ୍ତାର କାରଣ ହେବ। ତେଣୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ଏଥିପ୍ରତି ସଚେତନ ରହିବା ନିହାତି ଦରକାର । ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲìଏଚ୍‌ଓ) ପକ୍ଷରୁ ପ୍ରତିବର୍ଷ ଏପ୍ରିଲ୍‌ ୭ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ । ଏହି ଦିବସରେ ବିଭିନ୍ନ ସ୍ଥାନରେ ସଚେତନା ଉପରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିବା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର ମୁଖ୍ୟ ଲକ୍ଷ୍ୟ । ଡବ୍ଲìଏଚ୍‌ ଦ୍ୱାରା ଜେନେଭାଠାରେ ୧୯୪୮ମସିହା ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଭା ଆୟୋଜନ କରାଯାଇଥିଲା । ସେଇ ଦିନ ହିଁ ଘୋଷଣା ହୋଇଥିଲା । ଆଜିର ଏହି ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ । ପରେ ୧୯୫୦ବେଳକୁ ସାରା ବିଶ୍ୱ ଏହି ଦିବସକୁ ପାଳନ କରିବା ଆରମ୍ଭ କରିଥିଲା । ମନୁଷ୍ୟ ସ୍ୱାସ୍ଥ୍ୟ ସହିତ ଜଡିତ ଘଟଣାବଳୀକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଲକ୍ଷରେ ସମସ୍ତ ସ୍କୁଲ୍‌, କଲେଜ, ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ସ୍ୱାସ୍ଥ୍ୟ ସଂଗଠନ ଓ ଡବ୍ଲì୍ୟଏଚ୍‌ଓ ଦ୍ୱାରା ବାର୍ଷିକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ ।