ନୂଆଦିଲ୍ଲୀ, ୧୫/୧୨ : ଟି-୨୦ ସିରିଜ ଖେଳ ଚାଲିଥିବା ବେଳେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଦିନିକିଆ ଏବଂ ଟି୨୦ ଟିମ୍ ଖେଳାଳିଙ୍କ ପାଇଁ ବିସିସିଆଇ ନୂଆ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ, ଧଳା ବଲ୍ ଫର୍ମାଟରେ ସମସ୍ତ ଖେଳାଳି ଗୋଟିଏ ଘରୋଇ ଟୁର୍ଣ୍ଣାମେଣ୍ଟରେ ଅତିକମରେ ୨ଟି ମ୍ୟାଚ ଖେଳିବାକୁ ହେବ । ଏହି ନିୟମ ଜୁନିଅର ଖେଳାଳିଙ୍କ ସହିତ ସିନିଅର ଖେଳାଳିଙ୍କ ପାଇଁ ମଧ୍ୟ ଲାଗୁ ହେବ । ବିସିସିଆଇ ନିଷ୍ପତ୍ତି ମୁତାବକ, ଟିମ୍ ଇଣ୍ଡିଆର ଦିନିକିଆ ଏବଂ ଟି୨୦ ଟିମର ସମସ୍ତ ଖେଳାଳିଙକ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ଖେଳାଳି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଅତିକମରେ ୨ଟିମ ମ୍ୟାଚ୍ ଖେଳିବାକୁ ହେବ । ଏହି ନିଷ୍ପତ୍ତି ଖେଳାଳିଙ୍କୁ ମ୍ୟାଚରେ ଫିଟନେସ ରଖିବା ସହିତ ଘରୋଇ କ୍ରିକେଟରେ ମଜବୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବିଜୟ ହଜାରେ ଟ୍ରଫି ଭାରତୀୟ କ୍ରିକେଯରେ ଏକ ଗୁରୁତ୍ବପୂର୍ଣ୍ଣ ଘରୋଇ ଲିଷ୍ଟ-ଏ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ ୨୪ ଡିସେମ୍ବରରେରୁ ଆରମ୍ଭ ହେଉଛି । ତେବେ ବିସିସିଆଇ ଏହି ନିଷ୍ପତ୍ତି ସିନିଅର ଖେଳାଳିଙ୍କୁ ଧ୍ୟାନରେ ରଖି ନେଇଛି । ତେଣୁ ପ୍ରତ୍ୟେକ ଦିନିକିଆ ଏବଂ ଟି୨୦ ଖେଳାଳି ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ବାଧ୍ୟ । ଏହାଦ୍ବାରା କେବଳ ଖେଳାଳି ଲଗାତାର ମ୍ୟାଚ୍ ପ୍ରାକ୍ଟିସ କରିପାରିବେ ତାହା ନୁହେଁ, ବରଂ ଘରୋଇ କ୍ରିକେଟରେ ଯୁବ ଖେଳାଳି ମଧ୍ୟ ନିଜ ସିନିୟର୍ସଙ୍କ ଠାରୁ ଶିଖିବାର ସୁଯୋଗ ମିଳିବ । ବିଜୟ ହଜାରେ ଟ୍ରଫି ଡିସେମ୍ବର ୨୪ରୁ ଆରମ୍ଭ ହୋଇ ୧୮ ଜାନୁଆରୀ ୨୦୨୬ ଯାଏଁ ଚାଲିବ । ଏଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବେ ।