ମୁମ୍ବାଇ, ୧୪/୧୧: ଦୀର୍ଘଦିନର ଚର୍ଚ୍ଚାର ଅବସାନ ଘଟାଇ ଶେଷରେ ପରସ୍ପରକୁ ବରଣ କରିଛନ୍ତି ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ । ଇଟାଲିର ଲେକ୍ କୋମୋଠାରେ କୋଙ୍କଣି ରୀତିରେ ବିବାହ ସମ୍ପନ୍ନ ହୋଇଛି । ତେବେ କାଲି ରଣବୀରଙ୍କ ସିନ୍ଧିବଂଶ ରୀତିରେ ପୁଣିଥରେ ବିବାହ ସମ୍ପନ୍ନ ହେବ । ଇଟାଲୀରେ ପହଞ୍ଚିବା ପରେ ସୋମବାର ଦୁଇ ପରିବାର ବିବାହର ପୂର୍ବ ରୀତିନୀତି ପାଳନ କରିଥିଲେ । ପରେ ଉଭୟ ପକ୍ଷରୁ ତରଫରୁ ମୁଦି ଦିଆନିଆ ସମ୍ପନ୍ନ ହୋଇଥିଲା ।