ଗଞ୍ଜାମ, ୧୩/୧୧: ଗଞ୍ଜାମରେ ପୋଲିସ ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ବାରିକ ଆହତ ହୋଇଛି । ତା’ ବାମ ଗୋଡରେ ଗୁଳି ବାଜିଥିବା ଜଣାପଡ଼ିଛି । ବେଣୁକୁ ଗୁରୁତର ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଛି । ମଙ୍ଗଳବାର ସକାଳେ ରାମପାଦ ଜଂଗଲ ନିକଟରେ ପାଲିସ ଓ ବେଣୁ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଗୁଳିରେ ସେ ଆହତ ହୋଇଥିଲା । ତେବେ ତାହାର ଆଉ ଏକ ସହଯୋଗୀ ଫେରାର ହୋଇଯାଇଛି । ଏହି ଘଟଣାରେ ବୁଗୁଡା ଥାନା ଏସଆଇ କାର୍ତ୍ତିକ ନାୟକ ଏବଂ ମନୋଜ ବିଶୋଇ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ୩ ରାଉଣ୍ଡ ଗୁଳି, ଗୋଟିଏ ବାଇକ ଓ କେତେକ ମୋବାଇଲ ଜବତ ହୋଇଛି । ବେଣୁ ଜେଲରୁ ଫେରାର ହୋଇ ଗଞ୍ଜାମରେ ଡକାୟତି କରୁଥିଲା । ମାଣିତରା ବ୍ୟାଙ୍କ ଡକାୟତି ସହ ପ୍ରାୟ ୧୧ଟି ଅପରାଧିକ ମାମଲାରେ ସେ ଜଡିତ ରହିଥିଲା ।