ବ୍ରେଡ ଛତୁ ଉପମା

0

ସାମଗ୍ରୀ- ବ୍ରେଡ- ୪ ପିସ(ଛୋଟ ଖଣ୍ଡରେ କଟା. ଛତୁ- ୨୫୦ ଗ୍ରାମ୍‌ , ହଳଦି- ୧/୨ ଛୋଟ ଚାମଚ, ଫୁଟଣ- ୧/୨ ଛୋଟ ଚାମଚ, ଲୁଣ- ସ୍ୱାଦ ଅନୁସାରେ, ଛୋଟ କଟା ପିଆଜ- ୧ ଟେବୁଲ ଚାମଚ, ଛୋଟ କଟା ଗାଜର – ୧ ଟେବୁଲ ଚାମଚ,ମଟର- ୧ ଟେବୁଲ ଚାମଚ, ଚୁନା କଟା ବିନ୍‌- ୧ ଟେବୁଲ ଚାମଚ, ଛୋଟ କଟା ଫୁଲକୋବି- ୧ ଟେବୁଲ ଚାମଚ, ବଡ ଫାଳ ଚଣା ଡାଲି- ଅଳ୍ପ, ଭଜା ଚିନାବାଦାମ- ଅଳ୍ପ, ଭୂର୍ସଙ୍ଗ ପତ୍ର- ଅଳ୍ପ, କଞ୍ଚା ଲଙ୍କା କଟା- ୩-୪ ଟି, ଜିରା ଗୁଣ୍ଡ- ୧/୨ ଛୋଟ ଚାମଚ, ଚାଟ୍‌ ମସଲା- ୧/୨ ଛୋଟ ଚାମଚ, ରିଫାଇନ ତେଲ- ୩-୪ ଛୋଟ ଚାମଚ, ଧଣିଆ ପତ୍ର- ଅଳ୍ପ (କଟା) ।
ପ୍ରଣାଳୀ- କରେଇରେ ତେଲ ଗରମ କରି ଫୁଟଣ, ଡାଲି ଫାଳ(ଧୁଆ), ବାଦାମ ମଞ୍ଜି, ଭୁର୍ସଙ୍ଗ ପତ୍ର ଓ ଲଙ୍କା କଟା ପକାଇ ଫୁଟାନ୍ତୁ । ଏହା ପରେ ପିଆଜ ପକାଇ ୩-୪ ମିନିଟ୍‌ ଭାଜିବା ପରେ ଅନ୍ୟ ପରିବା, ଲୁଣ, ହଳଦି, ଜିରାଗୁଣ୍ଡ ପକାଇ ପରିବା ସିଝିବା ଯାଏଁ ଘୋଡାଇ ଭାଜନ୍ତୁ । ଛତୁକୁ ଷଳଦି-ଲୁଣ ପାଣିରୁ ଚିପୁଡି ଅଲଗା କରି ଭଲକରି ଭାଜି ଏଥିରେ ମିଶାନ୍ତୁ । ସବୁ ପରିବା ମିଶି ଭାଜି ହୋଇଗଲେ କଟା ବ୍ରେଡ ପିସ୍‌ ପକାନ୍ତୁ । ଲୁଣ ଓ ଚାଟ୍‌ ମସଲା, ରାଗ ଆବଶ୍ୟକ ମୁତାବକ ପକାଇ ଗୋଳାଇ ପ୍ଲେଟକୁ କାଢନ୍ତୁ । କଟା ଧଣିଆ ପତ୍ରରେ ସଜାଇ ଗରମ ଗରମ ପରସନ୍ତୁ ।

Leave A Reply

Your email address will not be published.