ଭଦ୍ରକ, ୧୭/୨: ଜାମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାର ଅବନ୍ତୀପୁର ଠାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣରେ ୪୪ ବୀର ଯବାନଙ୍କୁ ହରାଇ ସାରା ଭାରତ ଶୋକରେ ବୁଡିଛି । ସମଗ୍ର ଦେଶବାସୀଙ୍କ ଲୁହ ଛଳଛଳ ଆଖିରେ ଜାଗି ଉଠିଛି ପ୍ରତିଶୋଧର ନିଆଁ ! ସହିଦ ବୀର ଯବାନଙ୍କୁ ସ୍ମରଣ କରିବା ସହ ଶନିବାର ସନ୍ଧ୍ୟାରେ ପୁରୁଣାବଜାର ଠାରେ ଭଦ୍ରକ ମୁସ୍ଲିମ ଜମାତ ଆନୁକୁଲ୍ୟରେ ସ୍କୁଲ/କଲେଜ ଛାତ୍ରଛାତ୍ରୀ ଓ ଭଦ୍ରକର ବାସିନ୍ଦା ଏକ କ୍ୟାଣ୍ଡେଲ ଶୋଭାଯାତ୍ରୀ ଏନ୍.ସି. ହାଇସ୍କୁଲରୁ ବାହାରି ମଦିନା ମଇଦାନ ପର୍ଯ୍ୟନ୍ତ ପହଞ୍ଚି ଥିଲେ ।
ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ସାଲ୍ୟୁଟ ଓ ଭାରତୀୟ ସେନା ଜିନ୍ଦାବାଦ ଓ ପାକିସ୍ତାନ ମୁର୍ଦ୍ଦାବାଦ୍ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଓ ହାତରେ ଶ୍ରଦ୍ଧାଞ୍ଜଳି ରୂପକ କ୍ୟାଣ୍ଡେଲ ସହ ପ୍ଲାକାର୍ଡ ସହିତ ଯବାନଙ୍କ ଜୟଗାନ କରୁଥିଲେ, ଯବାନଙ୍କ ସ୍ମୃତିରେ ଦୀପଦାନ କରିଥିଲେ ଓ ମଦିନା ମଇଦାନ ପ୍ରାଙ୍ଗଣରେ ଏକ ସଭା ହୋଇଥିଲା ।
Prev Post